ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଭଙ୍ଗାରୁଜା ମାମଲାରେ ପୋଲିସର ୩ଟି ଟିମ୍‌ ବେଗୁନିଆ, ବୋଲଗଡ଼ ଅଞ୍ଚଳରେ ଚଢ଼ାଉ କରିଛି। ବିଗତ ଦିନରେ ଜଣେ ସରକାରୀ କର୍ମଚାରୀ ଏବଂ ଦଳୀୟ କର୍ମୀଙ୍କୁ ହାତ ଉଠାଇ ଚର୍ଚ୍ଚାରେ ରହିଥିବା ବେଗୁନିଆ ବିଧାୟକ ଜଗଦ୍ଦେବଙ୍କ ବିରୋଧରେ ବୁଧବାର ଶହ ଶହ ଲୋକ ଉତ୍ତେଜନା କରିଥିଲେ। ବିଧାୟକଙ୍କ ଗିରଫ ଦାବି କରିବା ସହ ବେଗୁନିଆ ଥାନାରେ ପଶି ଭଙ୍ଗାରୁଜା କରିଥିଲେ ସ୍ଥାନୀୟ ଲୋକେ। ବେଗୁନିଆ ଥାନାରେ ଲଙ୍କାକାଣ୍ଡ ଘଟାଇଥିଲେ।

ବୁଧବାର ଭଙ୍ଗାରୁଜା ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଜଣଙ୍କୁ ଗିରଫ କରାଯିବା ସହ ୧୨ଟି ଗାଡ଼ିକୁ ପୋଲିସ ଜବତ କରିଛି।

ସେପଟେ ଘଟଣାକୁ ନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ନୋଟିସ୍ ଦେଇଛି।

ଗତ ଅଗଷ୍ଟ ମାସରେ ମଧ୍ୟ ବିଧାୟକ ଜଗଦ୍ଦେବ ହଟହଟା ହୋଇଥିଲେ। କୁସୁପଲ୍ଲାରେ ଅସନ୍ତୁଷ୍ଟ କର୍ମୀ ବିଧାୟକଙ୍କ ଉପରକୁ ପ୍ଲାଷ୍ଟିକ ଚେୟାର ଏବଂ ପାଣି ପାଉଚ ମାଡ଼ କରିଥିବା ଅଭିଯୋଗ ହୋଇଥିଲା। ଫଳରେ କୁସୁପଲ୍ଲାରେ ୧୪୪ ଧାରା ଲାଗୁ କରିଥିଲା ପୋଲିସ।

୨୦୧୬ରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧୀ ‘ବାହୁବଳି’ ବିଧାୟକର ଆଖ୍ୟା ଦେଇଥିଲେ। ସେତେବେଳେ ସେ ବୋଲଗଡ଼ ତହସିଲଦାର, ତରତୁଆ ନିକଟରେ ଜଣେ ବିଜେଡି କର୍ମୀଙ୍କୁ ହାତ ଉଠାଇବା ଏବଂ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଧମକ ଦେବା ଆଦି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଥିଲେ ପ୍ରଶାନ୍ତ।

Comment