ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ଗିରଫ ଦାବିରେ ଥାନାରେ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ। ବୁଧବାର ସ୍ଥାନୀୟ ଲୋକେ ଭଙ୍ଗାରୁଜା କରିବା ସହ ବିଧାୟକଙ୍କ ଗିରଫ ଦାବି ଜୋର ଧରିଛି।

ଜଣେ ପୂର୍ବତନ ସରପଞ୍ଚଙ୍କୁ ବିଧାୟକ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

ଯାହାକୁ ନେଇ ବୁଧବାର ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ। ସେମାନେ ଥାନା ଭିତରକୁ ଧସେଇ ପଶିଥିଲେ ଏବଂ ଭଙ୍ଗାରୁଜା ମଧ୍ୟ କରିଥିଲେ। ଲୋକମାନେ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

Comment