ଓଡ଼ିଶାଲାଇଭ୍‌ ବ୍ୟୁରୋ 

ସାଧାରଣ ଲୋକ ଟ୍ରାଫିକ ନିୟମ ଭାଙ୍ଗି ଫାଇନ୍‌ ଗଣୁଥିବା ବେଳେ ଏଥିରୁ ବର୍ତ୍ତି ନାହିଁ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ରବିବାର ଟ୍ରାଫିକ୍ ନିୟମ ଉଲଘଂନ କରି ୫୦୦ ଟଙ୍କା ତଣ୍ଡ ଗଣିଛନ୍ତି।

ଲୋକମାନଙ୍କୁ ସଡ଼କ ସୁରକ୍ଷା ସଚେତନତା ପାଇଁ ରବିବାର ଭୁବନେଶ୍ୱରର ଏଜି ଛକରେ ପହଞ୍ଚିଥିଲେ ବିଧାୟକ ଅନନ୍ତ ଜେନା। ତେବେ ଲୋକଙ୍କୁ ଟ୍ରାଫିକ ନିୟମ ବୁଝାଇବାକୁ ଯାଇ ନିଜେ ନିୟମ ଭାଙ୍ଗିଥିଲେ ବିଧାୟକ। ଭୁଲ ସ୍ଥାନରେ ଗାଡ଼ି ପାର୍କିଂ କରି ଟ୍ରାଫିକ ନିୟମ ଉଲଂଘନ କରିଥିବାରୁ ବିଧାୟକ ୫୦୦ ଟଙ୍କା ଫାଇନ୍ ଭରିଛନ୍ତି।

ପୋଲିସ ଡିସିପି ଅନୁପ ସାହୁଙ୍କ ଉପସ୍ଥିତିରେ ବିଧାୟକ ଅନନ୍ତ ନାରାୟଣ ଜେନା ଚାଲାଣ ଭରିଛନ୍ତ।

ବିଧାୟକ ଆଜି ସଡ଼କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ଆସିଥିଲେ। ସାଧାରଣ ଲୋକଙ୍କୁ ଚକଲେଟ ଓ କାର୍ଡଦେଇ ସଚେତନ କରାଉଥିଲେ। କିନ୍ତୁ ବିଧାୟକଙ୍କୁ ଗାଡ଼ିଟି ଭୁଲ୍ ସ୍ଥାନରେ ପାର୍କିଂ କରାଯାଇଥିଲା। ଯାହା ଫଳରେ ତାଙ୍କ ନାଁରେ ଫାଇନ କରି ଚାଲାଣ କାଟିଛି ପୋଲିସ୍।

ଚାଲାଣ କଟାଯିବାପରେ ନିଜର ଦୋଷକୁ ସ୍ୱୀକାର କରିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା। ନିୟମ ସମସ୍ତଙ୍କ ପାଇଁ  ସମାନ ଓ ଯେ କେହି ବି ନିୟମ ଉଲଘଂନ କଲେ ସେ ଜରମାନା ଦେବ ବୋଲି କହିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା। ତେବେ ନିଜ ଡ୍ରାଇଭର୍ ଭୁଲ ସ୍ଥାନରେ ଗାଡ଼ି ପାର୍କିଂ କରିଥିବାରୁ ତାଙ୍କୁ ଫାଇନ ଭରିବାକୁ ପଡ଼ିଥିବା ସେ କହିଛନ୍ତି।

Comment