ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଭାଇରସ କବଳରେ ପଡ଼ିଛନ୍ତି ରାଜ୍ୟର ଆଉ ଜଣେ ବିଧାୟକ। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ଅନନ୍ତ ନାରାୟଣ ଜେନା କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଛି। ଏନେଇ ସେ ସୋସିଆଲ୍ ମିଡିଆରେ ଜଣାଇଛନ୍ତି।

ତେବେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ସେ ନିଜକୁ ଘରେ ଆଇସୋଲେସନରେ ରଖିବା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି।BGUଏଥିସହିତ ଗତକାଲି ଓଟିଡିସି ଓ କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଓ ଶ୍ରୀମୟୀ ମିଶ୍ର ମଧ୍ୟ କରୋନା ପଜିଟିଭ୍ ଥିବା କଥା ଜଣାପଡ଼ିଛି। ସେମାନେ ମଧ୍ୟ ସମସ୍ତେ ହୋମ୍ ଆଇସୋଲେସନରେ ଅଛନ୍ତି। ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ନେଇ ସୂଚନା ରହିଛି।

ଏହାପୂର୍ବରୁ ମଧ୍ୟ ରାଜ୍ୟର ଅନେକ ବିଧାୟକ ଓ ମନ୍ତ୍ରୀ କରୋନା ପଜିଟିଭ୍ ହୋଇଛନ୍ତି। ସାଲେପୁର ବିଧାୟକଙ୍କ ସହ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

Comment