ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କବଳରେ ପଡ଼ିଛନ୍ତି ରାଜ୍ୟର ଆଉ ଜଣେ ବିଧାୟକ। ଭଦ୍ରକର ବିଜେଡି ବିଧାୟକ ସଞ୍ଜୀବ କୁମାର ମଲ୍ଲିକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି ଯେ, ତାଙ୍କର କରୋନା ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିଛି। ତେଣୁ ଗତ କିଛି ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜର କୋଭିଡ୍ ଟେଷ୍ଟ କରିନିଅନ୍ତୁ। ଏଥିସହିତ ସମସ୍ତେ କୋଭିଡ୍ ନିୟମ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।

BGUଏହାପୂର୍ବରୁ ମଧ୍ୟ ରାଜ୍ୟର ଅନେକ ବିଧାୟକ ଓ ମନ୍ତ୍ରୀ କରୋନା ପଜିଟିଭ୍ ହୋଇସାରିଛନ୍ତି। ନିକଟରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସାହୁ ଏବଂ ଉୁବନେଶ୍ୱର ମଧ୍ୟର ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଛନ୍ତି। ତା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅମିତ ଶାହ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Comment