ଓଡ଼ିଶାଲାଇଭ୍ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର) : ଋଷିଆରେ ଜାହାଜ ବିସ୍ଫୋରଣରେ ସମ୍ବଲପୁରର ଜଣେ ଯୁବକ ନିଖୋଜ। ନିଖୋଜ ଯୁବକଙ୍କ ନାମ ସିଦ୍ଧାର୍ଥ ମେହେର। ସିଦ୍ଧାର୍ଥ ଗତବର୍ଷ ମେ ମାସରେ ତାଞ୍ଜାନିଆର ନିମ୍ବସ୍‌ କମ୍ପାନିରେ ଯୋଗଦେବା ପରେ କାର୍ଗୋ ଜାହାଜରେ ଡେକ୍‌ କ୍ୟାଡେଟ୍‌ ଭାବରେ ନିଯୁକ୍ତି ପାଇଥିଲେ।

ଗତ ୨୧ତାରିଖ ଦିନ ଋଷ ଓ କ୍ରିମିଆ ମଧ୍ୟବର୍ତ୍ତୀ ପ୍ରଣାଳୀରେ ସିଦ୍ଧାର୍ଥ କାମ କରୁଥିବା ଏଲ୍‌ପିଜି ବୋଝେଇ ମେଷ୍ଟ୍ରୋ ଜାହାଜରେ ବିସ୍ଫୋରଣ ହୋଇଥିଲା।

ବିସ୍ଫୋରଣର କାରଣ ଯାହା ସିଦ୍ଧାର୍ଥଙ୍କ ପରିବାର କହିଛନ୍ତି ଯେ ମେଷ୍ଟ୍ରୋ ଜାହାଜରୁ ଅନ୍ୟ ଏକ ଜାହାଜକୁ ଇନ୍ଧନ ସ୍ଥାନାନ୍ତର କରାଯାଉଥିବା ବେଳେ, ପ୍ରଚଣ୍ଡ ବିସ୍ଫୋରଣ ଘଟି ଦୁଇଟି ଯାକ ଜାହାଜରେ ନିଆଁ ଲାଗିଯାଇଥିଲା। ଏହାପରେ ଅନେକ କର୍ମଚାରୀ ସମୁଦ୍ର ମଧ୍ୟକୁ ଡେଇଁ ପଡିଥିଲେ। ସିଦ୍ଧାର୍ଥଙ୍କ ଦୁଇଜଣ ସାଙ୍ଗକୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସିଦ୍ଧାର୍ଥଙ୍କ କୌଣସି ଖବର ମିଳିପାରିନାହିଁ।

ପୁଅକୁ ଝୁରି ଝୁରି ବାପା ମା’ଙ୍କ ଆଖିରୁ ଲୁହ ଶୁଖୁନି। ସିଦ୍ଧାର୍ଥଙ୍କ ବାପା ମା’ ପୁଅକୁ ଖୋଜିବା ଲାଗି ରାଜ୍ୟସରକାରଙ୍କ ସାହାଯ୍ୟ ଓ ସହଯୋଗ ଲୋଡିଛନ୍ତି। ଗତ ୨୧ତାରିଖ ସୋମବାର ଦିନ ହଠାତ୍‌ ସିଦ୍ଧାର୍ଥଙ୍କ ପରିବାରକୁ ଫୋନ୍‌ ଆସିଲା ଯେ ତାଙ୍କ ପୁଅ ଜାହାଜ ଦୁର୍ଘଟଣାରେ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଜାହାଜ ଓ ଅନୂସନ୍ଧାନକାରୀ ଟିମ୍‌ ଲଗାଯାଇଛି।

ସିଦ୍ଧାର୍ଥଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ଗତବର୍ଷ ମେ ମାସରେ ସିଦ୍ଧାର୍ଥ ମାରାଇନ୍‌ ଇଞ୍ଜିନିୟରିଂ ପାସ୍‌ କରିବା ପରେ, ନିମ୍ବସ ମେରିଟାଇମ୍‌ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ  ନୈବାଣିଜ୍ୟ କମ୍ପାନୀରେ ନିଯୁକ୍ତି ପାଇଥିଲେ। ପ୍ରଥମେ ମୁମ୍ବାଇରେ କିଛି ଦିନ ଚାକିରୀ କରିବା ପରେ, ସେ ତାଞ୍ଜାନିଆର ଏକ କାର୍ଗୋ କମ୍ପାନୀରେ ଡେକ୍‌ କ୍ୟାଡେଟ୍‌ ଭାବରେ ଯୋଗଦେଇଥିଲେ।

ସମ୍ବଲପୁର ସାକ୍ଷୀପଡାର ସତ୍ୟନାରାୟଣ ମେହେର ଓ ଗୀତାଞ୍ଜଳି ମେହେରଙ୍କ ଏକମାତ୍ର ପୁଅ ସିଦ୍ଧାର୍ଥ। ପିଲାବେଳୁ ଅତ୍ୟନ୍ତ ମେଧାବୀ ସିଦ୍ଧାର୍ଥ ସବୁବେଳେ ଦୁଃସାହସିକ କାର୍ଯ୍ୟ କରିବାକୁ ଭଲ ପାଉଥିବାରୁ, କାର୍ଗୋ ଜାହଜରେ କାମ କରିବାକୁ ନିଷ୍ପତ୍ତି ନେଇଥିଲେ।

ସିଦ୍ଧାର୍ଥଙ୍କ ମା’ଙ୍କ କହିବା ହେଲା, ଦୁର୍ଘଟଣା ସକାଳେ ସେ ପୁଅ ସିଦ୍ଧାର୍ଥ ସହ କଥା ହୋଇଥିଲେ। ହେଲେ ଅନ୍ତର୍ଜାତୀୟ ଓ ଜାତୀୟ ଗଣମାଧ୍ୟମରୁ ଏହି ବିସ୍ଫୋରଣ ସଂପର୍କରେ ଖବର ଜାଣିବା ପରେ ସେ ସିଦ୍ଧାର୍ଥ କାମ କରୁଥିବା କାର୍ଗୋ କମ୍ପାନି ସହ କଥା ହୋଇଥିଲେ। ଜାହାଜରେ ବିସ୍ଫୋରଣ ହୋଇଥିବା ଓ ସିଦ୍ଧାର୍ଥ ସମୁଦ୍ରକୁ ଡେଇଁ ନିଖୋଜ ଥିବା ଖବର ଦେଇଥିଲେ ସେହି କମ୍ପାନିର ଜଣେ ବରିଷ୍ଠ କର୍ମକର୍ତ୍ତା। ତେବେ ସିଦ୍ଧାର୍ଥ ପରିବାର ଲୋକ ତାଙ୍କ ପରିବାର ଲୋକ ପୁଅର ଫେରିବା ବାଟକୁ ଚାହିଁରହିଛନ୍ତି। ଅନ୍ୟପଟେ ସିଦ୍ଧାର୍ଥଙ୍କୁ ଖୋଜିବା ଲାଗି ଉଦ୍ଧାରକାରୀ ଟିମ୍‌ ପ୍ରୟାସ ଜାରି ରଖିଛନ୍ତି।

Comment