ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ କଣ୍ଠଶିଳ୍ପୀ ଗୁରୁ ଅର୍ଜୁନ ଚରଣ ସାମଲଙ୍କ ବହୁ ଲୋକପ୍ରିୟ ଗୀତ ଭିତରେ ‘ମିଛ ମାୟା ଭରା ଏ ସାରା ଦୁନିଆ କେହି ନୁହେଁ ଆପଣାର, ନିମିଷକେ ଚୁନା ସୁନାର ସଂସାର ସତେ ଅବା ବାଲିଘର’ ଗୀତଟି ଅନ୍ୟତମ ଲୋକପ୍ରିୟ ଗୀତ।

ଏହି ଭକ୍ତି ସଙ୍ଗୀତଟି ଓଡ଼ିଶାଲାଇଭ୍‌ ୟୁ ଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଥିଲା। ଏହି ଗୀତଟିକୁ ଲକ୍ଷାଧିକ ଲୋକ ଦେଖି ସାରିଛନ୍ତି। ଏଥିରୁ ସ୍ପଷ୍ଟ ବାରିତ ହେଉଛି ଡିଜିଟାଲ ମିଡିଆରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଗୁରୁ ଅର୍ଜୁନ ଚରଣ ସାମଲଙ୍କୁ ଝୁରୁଛନ୍ତି ଶ୍ରୋତା। ତାଙ୍କ ସଙ୍ଗୀତ ଆଉ ଶୁଣିବାକୁ ପାଇବେନି ଲୋକେ। ମୃତ୍ୟୁ ପରେ ବି ଏହି ସଙ୍ଗୀତ ଜରିଆରେ ସେ ଅମର ରହିଛନ୍ତି।

ବହୁ ଲୋକପ୍ରିୟ ଏହି ଓଡ଼ିଆ ଭଜନକୁ ଗାଇ ଓଡ଼ିଶା ଜନମାନସରେ ପରିଚିତି ଅର୍ଜନ କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଗୁରୁ ଅର୍ଜୁନ ଚରଣ ସାମଲ। 

ଜାନୁଆରି ୨୬ରେ  ତାଙ୍କର ମୃତ୍ୟୁ ଘଟିଛି। ୭୭ ବର୍ଷ ବୟସରେ ଭୁବନେଶ୍ଵରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତ ସୃଷ୍ଟି ହୋଇଛି।

ଓଡ଼ିଆ ସଙ୍ଗୀତ ଜଗତରେ ଗୁରୁ ଅର୍ଜୁନ ସାମଲ ଜଣେ ଜଣାଶୁଣା ବ୍ୟକ୍ତି। ସେ ତାଙ୍କ ଜୀବନ କାଳରେ ଅନେକ ଓଡ଼ିଆ ଭଜନ, ଜଣାଣ, ଛାନ୍ଦ ଗାଇଥିଲେ।

୧୯୭୮ ମସିହାରେ ଲୋକପ୍ରିୟ ଓଡ଼ିଆ ଫିଲ୍ମ ‘ସୁନା ସଂସାର’ର ‘ମିଛ ମାୟା ଭରା ଏ ସାରା ଦୁନିଆଁ’ ଗୀତ ଗାଇ ସେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ବି ଥିଲେ।

 

Comment