ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ସାରେଗାମାପାର ବିଜୟ ମୁକୁଟ ପିନ୍ଧିଲେ ୧୬ ବର୍ଷିୟା ଇଶିତା ବିଶ୍ୱକର୍ମା।

ମଧ୍ୟପ୍ରଦେଶ ଜବଲପୁରର ଇଶିତା ବିଶ୍ୱକର୍ମା ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ସାରେଗାମାପାର ବିଜୟ ମୁକୁଟ ପିନ୍ଧିଛନ୍ତି। ରବିବାର ସାରେଗାମାପାର ଗ୍ରାଣ୍ଡ ଫିନାଲେ ସରିଯାଇଛି। ଏଥିରେ ଶେଷ ୬ ଜଣଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଫିନାଲେ ଶେଷରେ ସମସ୍ତଙ୍କୁ ପଛରେ ପକାଇ ଇଶିତା ବାଜି ମାରି ନେଇଛନ୍ତି।

ଇଶିତାଙ୍କୁ ବିଜୟ ଟ୍ରଫି ସହ ୫ ଲକ୍ଷ ଟଙ୍କା ଓ ଏକ ହୁଣ୍ଡାଇ କାର ମିଳିଛି। ସେହିପରି ଉତ୍ତର ପ୍ରଦେଶର ତନ୍ମୟ ଚତୁର୍ବେଦୀ ପ୍ରଥମ ରନର୍ସ ଅପ୍‌ ହୋଇଥିବା ବେଳେ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି ଅମୃତସରର ସୋନୁ ସେଙ୍କଡ।

ସାରେଗାମାପାର ଚଳିତ ସିଜନର ସବୁଠୁ ଛୋଟ ପ୍ରତିଯୋଗୀ ଥିଲେ ୧୬ ବର୍ଷିୟା ଇଶିତା ବିଶ୍ୱକର୍ମା। ନିଜର ମଧୁର ସ୍ୱରର ଜାଦୁରେ ଦର୍ଶକଙ୍କ ଖୁବ୍‌ ଭଲ ପାଇବା ପାଇଥିଲେ ଇଶିତା। ସେ କେବଳ ସଙ୍ଗୀତ କ୍ଷେତ୍ରରେ ନୁହେଁ ଜବଲପୁରରେ ବାଲ୍ୟ ବିବାହ ବିପକ୍ଷରେ ମହିଳାଙ୍କୁ ସଶକ୍ତ କରିବାକୁ ସଂଘର୍ଷ ଚଳାଇଛନ୍ତି।

ସାରେଗାମାପା ଶୋ’ର ଏହି ସିଜନ୍‌କୁ କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ ହୋଷ୍ଟ କରୁଥିବାବେଳେ ବିଚାରପତି ଆସନରେ ଥିଲେ ଶେଖର ରାଭ୍‌ଜିଆନୀ, ରିଚା ଶର୍ମା ଓ ୱାଜିଦ୍‌ ଖାନ୍‌।

Comment