ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣିଥରେ ଅଣ୍ଡର ୧୯ ଏସିଆ କପ୍‌ର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି ୧୯ ବର୍ଷରୁ କମ୍‌ ଭାରତୀୟ କ୍ରିକେଟ ଦଳ। ଶନିବାର ଶ୍ରୀଲଙ୍କାର ଆର ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ବାଂଲାଦେଶକୁ ୫ ରନରେ ପରାସ୍ତ କରି ରୋମାଞ୍ଚକର ବିଜୟ ଭାସଲ କରିଛି ଭାରତୀୟ ଟିମ୍।

ଫାଇନାଲ ମ୍ୟାଚରେ ପ୍ରଥମେ ଟସ୍ ଜିତି ଭାରତୀୟ ଦଳ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଟଇମ୍‌ ଇଣ୍ଢୀଆ ଦଳର ଟପ୍ ଅର୍ଡରର ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଏହାପରେ ଅଧିନାୟକ ଧ୍ରୁବ୍ ଜୁରେଲଙ୍କ ଗୁରୁତ୍ୱପୂର୍ଣ୍ଣ ୩୩ ରନ୍ ଓ କରନ୍ ଲାଲଙ୍କ ୩୭ରନ୍ ବଳରେ ଭାରତ ୧୦୬ ରନର ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇଥିଲା।

୧୦୬ ରନ୍‌କୁ ଟାର୍ଗେଟ୍‌ରେ ରଖି ଦ୍ୱିତୀୟ ଇଂନିସରେ ପଡ଼ିଆକୁ ଓହ୍ଲାଇଥିଲା ବାଂଲାଦେଶ ଦଳ। ହେଲେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଆଗରେ ବାଂଲା ଟିମ୍‌ ହାର ମାନିଥିଲା। ଭାରତୀୟ ବୋଲର ଅଥର୍ବ ଅନକୋଲେକରଙ୍କ ୫ ୱିକେଟ୍ ଓ ଆକାଶ ସିଂହଙ୍କ ୩ ୱିକେଟ ଦଖଲ କରି ବାଂଲାଦେଶକୁ ୧୦୧ ରନରେ ରୋକିଥିଲା।

ମାତ୍ର ୫ରନରେ ବାଂଲାଦେଶକୁ ପରାସ୍ତ କରି ଭାରତ ସପ୍ତମ ଥର ପାଇଁ ଅଣ୍ଡର ୧୯ ଏସିଆ କପ୍ ଚାମ୍ପିୟନ ହୋଇପାରିଛି ।

Comment