ଓଡ଼ିଶାଲାଇଭ ବ୍ୟୁରୋ

ଆଜିଠୁ ଆରମ୍ଭ ହେବାକୁ ଯାଉଛି ଆଇସିସି ୨୦୧୯ କ୍ରିକେଟ ବିଶ୍ୱକପ୍‌। ଚଳିତ ବିଶ୍ୱକପ୍‌ ଲଣ୍ଡନ ଓ ୱେଲ୍‌ସରେ ଖେଳାଯାଉଥିବା ବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାର୍ୟ ଦେଢ ମାସଧରି ଚାଲିବ ଏହି ଟୁର୍ଣ୍ଣାମେଣ୍ଟ।

ବିଶ୍ୱକପ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ ଘରୋଇ ଟିମ୍‌ ଇଂଲଣ୍ଡକୁ ଭେଟିବ ଦକ୍ଷିଣ ଆଫ୍ରିକା। ଲଣ୍ଡନର କେନିଂଟନ୍‌ ଓଭାଲ ଷ୍ଟାଡିୟମ୍‌ରେ ଅପରାହ୍‌ଣ ୩ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଘରୋଇ ପଡ଼ିଆଲେ ଇଂଲଣ୍ଡ ଜବରଦସ୍ତ କମବ୍ୟାକ୍ କରିବ ବୋଲି ଆଶା ରଖିଛି।

ଚଳିତବର୍ଷ ବିଶ୍ୱକପ୍‌ରେ ବିଶ୍ୱର ବଛାବଛି ୧୦ଟି ଟିମ୍‌ ଭାଗ ନେଇଛନ୍ତି। ଅନ୍ୟପକ୍ଷରେ ଏଥର ବିଶ୍ୱକପ୍‌ରେ ୧୯୯୨ ମସିହା ରାଉଣ୍ଡ ରବିନ୍‌ ଫର୍ମାଟ ଅନୁଯାୟୀ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ତେଣୁ ଭାରତୀୟ ଦଳ ପାଇଁ ଚଳିତ ବିଶ୍ୱକପ୍‌ ଏତେ ସହଜ ହେବ ନାହିଁ। ବିରାଟ ବାହିନୀ କିଭଳି ପ୍ରଦର୍ଶନ କରିବେ ସେନେଇ ସମସ୍ତଙ୍କ ନଜର ରହିଛି। ଜୁନ୍ ୫ରେ ଭାରତ ତାର ପ୍ରଥମ ମ୍ୟାଚ୍ ଖେଳିବ।

ରାଉଣ୍ଡ ରବିନ୍‌ ଫର୍ମାଟ ଅନୁଯାୟୀ ବିଶ୍ୱକପ୍‌ରେ ପ୍ରତ୍ୟେକ ଟିମ୍‌ କେବଳ ଥରେ ମାତ୍ର ମୁହାଁମୁହିଁ ହେବ। ଟୁର୍ଣ୍ଣାମେର୍ଟ ପ୍ରାୟ ଦେଢ଼ ମାସ ଚାଲିବା ପରେ ପଏଣ୍ଟ ଟେବୁଲର ଶ୍ରେଷ୍ଠ ୪ଟି ଟିମ୍‌ ଯିବେ ସେମିଫାଇନାଲ। ଏହା ପରେ ବିଜେତା ଦଳକୁ ନେଇ ଜୁଲାଇ ୧୪ରେ ହେବ ଆଇସିସି ୨୦୧୯ କ୍ରିକେଟ ବିଶ୍ୱକପ୍‌ର ଗ୍ରାଣ୍ଡ ଫାଇନାଲ।

Comment