ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ା ଗୁଣୁପୁରରେ ମହିଳା ବିଶ୍ଵକପ କ୍ରିକେଟକୁ ନେଇ ଚାଲିଥିଲା ବେଟିଂ। ଅଚାନକ ଚଢ଼ାଉ କଲା ପୋଲିସ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ୧ କୋଟି ୨୬ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାସହ ୩ଟି ଏଟିଏମ୍‌ କାର୍ଡ, ୬ଟି ଦାମୀ ମୋବାଇଲ୍‌ ଓ ଦୁଇଟି ବାଇକ ଜବତ କରିଛି ପୋଲିସ।

ଏହି ବେଟିଂ ଚେର ଛତିଶଗଡ଼ ଓ ହାଇଦ୍ରାବାଦ ଯାଏଁ ଲମ୍ଵିଥିବା ସୂଚନା ମିଳିଛି। ବର୍ତ୍ତମାନ ରାଜ୍ୟରେ ଆଉ କେଉଁ କେଉଁ ସ୍ଥାନରେ ଏହି ଚେର ଲମ୍ଵିଛି ତା’ର ଖୋଳତାଡ଼ କରୁଛି ପୋଲିସ।

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମହିଳା କ୍ରିକେଟ ବିଶ୍ଵକପ ଫାଇନାଲ ମ୍ୟାଚ ହେବାକୁ ଯାଉଛି। ଏହି ମ୍ୟାଚ ପୂର୍ବରୁ ଓଡ଼ିଶାରେ ବେଟିଂ ହେଉଥିବା ଘଟଣା ସାମ୍ନାକୁ ଆସିଛି। ତେବେ ରାଜ୍ୟ ବାହାରେ ମଧ୍ୟ ହେଉଥିବା ବେଟିଂ ଉପରେ ପୋଲିସ କଡ଼ାକଡ଼ି ନଜର ରଖିଛି।

Comment