ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯ବର୍ଷରୁ କମ୍‌ କ୍ରିକେଟ ବିଶ୍ଵକପରେ ବାଂଲାଦେଶ ଫାଇନାଲରେ ପହଞ୍ଚିଛି। ବର୍ତ୍ତମାନ ଭାରତ ଓ ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଦ୍ଵିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ହରାଇ ବାଂଲାଦେଶ ଫାଇନାଲ ପହଞ୍ଚବାର ସୌଭାଗ୍ୟ ଅର୍ଜନ କରିଛି।

ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ନ୍ୟିଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ଟପ୍‌ ଅଡର୍‌ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ହେଲେ ମିଡିଲ ଅଡର୍‌ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ।

ଫଳରେ ଦଳ ପକ୍ଷରୁ ବ୍ୟାକହେମ୍‌ ହ୍ଵିଲର ୭୫ ଓ ନିକୋଲ୍ସ ଲିଡ୍‌ଷ୍ଟୋନ ୪୪ କରିଥିଲେ। ଫଳରେ ଦଳ ୮ ଓ୍ଵିକେଟ ହରାଇ ୨୧୧ ରନ୍‌ କରିଥିଲା।

ପରେ ୨୧୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିପାରିନଥିଲା। ଦୁଇ ଓପନର ଆଉଟ ହେବା ପରେ ମହମ୍ମଦ ଉଲ୍ଲା ହାସନ ଜୟ ଚମତ୍କରା ପ୍ରଦର୍ଶନ କରି ଶତକ ହାସଲ କରିଥିଲେ। ଟୋୟହିଡ୍‌ ହିର୍‌ଦୋ ୪୦ ଓ ସାହଦତ ହୋସେନ୍‌ ୪୦ ରନ୍‌ କରିଥିଲେ। ଫଳରେ ଦଳ ୪୪ ଓଭରରେ ୨୧୫ ରନ୍‌ କରି ମ୍ୟାଚକୁ ଜିତି ନେଇଥିଲା।

ବର୍ତ୍ତମାନ ଫେବ୍ରୁଆରି ୯ ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ୧୯ ବର୍ଷରୁ କମ୍‌ ବିଶ୍ଵକପ ଖେଳାଯିବ। ଏହି ମ୍ୟାଚରେ ଭାରତର ପଲ୍ଲା ଭାରି ରହିବ।

Comment