ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହିନ୍ଦୀ କହି ଆସେନି କି  ବୁଝି ପାରନ୍ତିନି ତଥାପି ହିନ୍ଦୀ ଗୀତ ଗାଇ ନିଜର କଣ୍ଠର ଯାଦୁରେ କୋଟି କୋଟି ଶ୍ରୋତାଙ୍କ ମନ ଜିତିଛନ୍ତି ଆର୍ଯ୍ୟାନନ୍ଦା ବାବୁ। କେରଳର ୧୨ ବର୍ଷର ଝିଅ ଆର୍ଯ୍ୟା ଏଥର ‘ସାରେଗାମାପା ଲିଟିଲ୍‌ ଚାମ୍ପ୍ସ’ ସିଜିନର ବିଜେତା ମଧ୍ୟ ହୋଇଛନ୍ତି।

ଆର୍ଯ୍ୟାନନ୍ଦା ବାବୁଙ୍କ ଘର କେରଳର କଲିକଟ। ସୋ’ର ଫାଇନାଲ ପୂର୍ବରୁ ଆର୍ଯ୍ୟା ଏକ ଏପିସୋଡରେ ତାଙ୍କ ସିଙ୍ଗିଙ୍ଗ୍‌ ସଫର ବିଷୟରେ କହିଥିଲେ। ତାଙ୍କ କହିବା ଅନୁସାରେ ଯତେବେଳେ ଅଡିସନ୍ ପାଇଁ ଆସିଥିଲେ ସେତେବେଳେ ଜଜ୍ ଅଳକା ୟାଗନିକ୍ ଏବଂ ଅନ୍ୟମାନଙ୍କ କମେଣ୍ଟ୍‌ସ ବୁଝିପାରିନଥିଲେ। କାରଣ ଜଜ୍‌ମାନେ ହିନ୍ଦୀରେ କଥା ହେଉଥିଲେ ଆଉ ଆର୍ଯ୍ୟା ହିନ୍ଦୀ ବୁଝିପାରୁନଥିଲେ।

ହିନ୍ଦୀ ନଆସିବା ସତ୍ତ୍ୱେ ବି ଆର୍ଯ୍ୟ ସାରେଗାମାପାର ଏହି ସିଜିନରେ ନିଜର ଜଲଓ୍ୱ ଦେଖାଇଥିଲେ। ମଞ୍ଚରେ ବିଚାରପତି ଅଳକା ୟାଗନିକ୍, ଜାଭେଦ୍ ଅଲି ଏବଂ ହିମେଶ ରେଶମିଆଙ୍କ ହୃଦୟ ଜିତିଥିଲେ।

ଏହି ସୋ’କୁ ଆସୁଥିବା ଅତିଥିମାନଙ୍କୁ ମଧ୍ୟ ଆକର୍ଷିତ କରିଥିଲେ। ଆର୍ଯ୍ୟା ଏହି ସଫଳତାକୁ ନେଇ ବେଶ୍‌ ଖୁସି ଅଛନ୍ତି। ଏତେ କମ୍‌ ବୟସରୁ ସେ ତାଙ୍କ ବାପା, ମା’ଙ୍କ ସ୍ୱପ୍ନ ମଧ୍ୟ ପୂରା କରିପାରିଛନ୍ତି।

‘‘ମୋର ପ୍ରତିଭା ଦେଖାଇବା ପାଇଁ ମୁଁ ଏହି ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି ଏବଂ ମୋତେ ଏହି ସୁଯୋଗ ଦେଇଥିବାରୁ ମୁଁ ସରେଗାମାପା ଲିଟିଲ୍ ଚାମ୍ପସ୍ ଏବଂ ଜି ଟିଭିକୁ ଧନ୍ୟବାଦ ଜଣାଉଛି’’, କହିଛନ୍ତି ଆର୍ଯ୍ୟା।

Comment