ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଓ ଫୋନ୍‌ ଏବେ ଉପଭୋକ୍ତାଙ୍କ ପାଇଁ ଆଣିଛି ନୂଆ ଅଫର। ଭାରତୀୟ ଗ୍ରାହକଙ୍କୁ ଆଉ ଟ୍ରେନ୍‌ ଟିକେଟ ପାଇଁ ଧାଡ଼ିରେ ଠିଆ ହେବାକୁ ପଡ଼ିବନି କିମ୍ବା ଟିକେଟ ବୁକିଙ୍ଗ ପାଇଁ ଏଜେଣ୍ଟକୁ ପେମେଣ୍ଟ ଦେବାକୁ ପଡ଼ିବ ନାହିଁ। ଜିଓ ପ୍ରଥମ ଥର ପାଇଁ ନୂଆ ଜିଓରେଲ୍ ଆପ୍ ଜରିଆରେ ବ୍ୟବହାରକାରୀମାନେ ଯେକୌଣସି ଜିଓଫୋନ୍‌ରୁ ଆଇଆରସିଟିସିର ଟିକେଟ ବୁକ୍‌ କରିପାରିବେ।

ଏହି ଆପ୍ ଜରିଆରେ ଗ୍ରାହକମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇ-ୱାଲେଟକୁ ବ୍ୟବହାର କରି ଟିକେଟ୍‌ ବୁକ୍ ଓ କ୍ୟାନସେଲ କରିପାରିବେ। ପିଏନଆର ସ୍ଥିତି ଯାଞ୍ଚ, ଟ୍ରେନ୍ ସୂଚନା, ସମୟ, ରୁଟ୍, ସିଟ ଉପଲବ୍ଧତା ଏବଂ ଆହୁରି ଅନେକ ସେବାକୁ ସେମାନଙ୍କ ଜିଓଫୋନରୁ ବଟନ୍ ଦବାଇ ଜାଣିପାରିବେ।

ଜିଓ ଆପ୍ ଷ୍ଟୋରରେ ଉପଲବ୍ଧ ହୋଇଥିବା ଜିଓରେଲ୍ ଆପ୍‌ର ଶେଷ ମୁହୂର୍ତ୍ତ ଯାତ୍ରା ପାଇଁ ତତ୍‌କାଳ ଟକେଟ ବୁକିଙ୍ଗ କରିହେବ। ଯଦି ବ୍ୟବହାରକାରୀଙ୍କ ଆଇଆରସିଟିସି ଆକାଉଣ୍ଟ ନଥିବ, ଏହି ଆପ୍ ଜରିଆରେ ସେମାନେ ଏକ ଆକାଉଣ୍ଟ ସୃଷ୍ଟି କରିପାରିବେ ଓ ଟିକେଟ୍‌ ବୁକିଙ୍ଗ କରିପାରିବେ। ଏହି ଆପ୍ ଜରିଆରେ ବୁକିଙ୍ଗ ହୋଇଥିବା ଟିକେଟର ପିଏନଆରକୁ ମଧ୍ୟ ରେଲଜିଓ ଆପ୍ ବ୍ୟବହାରକାରୀମାନେ ଯାଞ୍ଚ କରିପାରିବେ।

ଏହି ଆପ୍‌ରେ ପିଏନ୍ଆର ସ୍ଥିତି ପରିବରର୍ତ୍ତନ ଆଲର୍ଟ, ଟ୍ରେନ୍‌ରେ ସ୍ଥିତି ଜାଣିବା (ଲୋକେଟ୍ ଟ୍ରେନ୍) ଓ ଖାଦ୍ୟ ବରାଦ ଆଦି ଯୋଜନା ରହିଛି।

Comment