ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓ ଫୋନ୍ ବ୍ୟବହାରକାରୀଙ୍କ ପାଇଁ କମ୍ପାନି ଆଣିଛି ନୂଆ ଶସ୍ତା ରିଚାର୍ଜ ପ୍ଲାନ୍। ଏଣିକି ମାତ୍ର ୪୯ ଟଙ୍କା ଓ ୬୯ ଟଙ୍କା ଦେଇ ଗ୍ରାହକମାନେ ପ୍ରିପେଡ୍ ପ୍ଲାନ୍ ରିଚାର୍ଜ କରିପାରିବେ।

ଜିଓ ଫୋନ୍ ବ୍ୟବହାରକାରୀମାନେ ଏହି ଦୁଇ ରିଚାର୍ଜ ପ୍ଲାନ୍ ଆରମ୍ଭ କରାଯାଇଛି। ଦୁଇଟି ଯାକ ପ୍ଲାନର ବୈଧତା ୧୪ ଦିନ ପାଇଁ ରଖାଯାଇଛି। ୪୯ ଟଙ୍କାର ରିଚାର୍ଜ ପ୍ଲାନରେ ମୋଟ୍ ୨ ଜିବି ଡାଟା ଦିଆଯାଇଛି। ଏଥିସହିତ ଏହି ପ୍ଲାନରେ ଗ୍ରାହକମାନେ ୨୫୦ ମିନିଟ୍ ପାଇଁ ଅନ୍ୟ ନେଟୱର୍କକୁ ମାଗଣା କଲ୍ କରିପାରିବେ। ପୂର୍ବଭଳି ଜିଓରୁ ଜିଓ ଫୋନକୁ ମାଗଣା କଲ୍ ଉପଲବ୍ଧ ରହିବ ବୋଲି କୁହାଯାଇଛି।

ସେହିପରି ୬୯ ଟଙ୍କାର ରିଚାର୍ଜ ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୫ଶହ ଏମବିର ଇଣ୍ଟରନେଟ୍ ଡାଟା ବାଲାନ୍ସ ମିଳିବ। ଫଳରେ ଗ୍ରାହକମାନେ ୧୪ ଦିନରେ ମୋଟ ୭ଶହ ଏମବିର ଇଣ୍ଟରନେଟ୍ ବାଲାନ୍ସ ପାଇପାରିବେ। ଏଥିସହିତ ଏହି ପ୍ଲାନରେ ଗ୍ରାହକମାନେ ୨୫୦ ମିନିଟ୍ ଅନ୍ୟ ନେଟୱର୍କକୁ ମାଗଣା କଲ୍ କରିପାରିବେ ବୋଲି ଜିଓ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here