ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିପାବଳୀ ପାଇଁ ଜିଓ ଆଣିଛି ଧମାକାଦାର ଅଫର୍। ଏଣିକି ଗ୍ରାହକମାନେ ମାତ୍ର ୬୯୯ ଟଙ୍କାରେ ଜିଓ ଫୋନ୍ ପାଇପାରିବେ। ପୂର୍ବରୁ ୧୫୦୦ ଟଙ୍କାରେ ମିଳୁଥିବା ଜିଓ ଫୋନ ଏଥର ଦିପାବଳୀରେ ୬୯୯ ଟଙ୍କାରେ ମିଳିପାରିବ।

ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ଶସ୍ତା ଇଣ୍ଟରନେଟ୍ ଯୋଗାଇବା ପାଇଁ ଜିଓ ଏହି ନୂଆ ଅଫର ଆଣିଛି ବୋଲି କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଏମଡି ତଥା ଚେୟାରମ୍ୟାନ ମୁକେଶ ଅମ୍ବାନି। ଏହା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ସ୍ୱପ୍ନ ସଫଳ ହୋଇପାରିବ ବୋଲି ସେ କହିଛନ୍ତି।

ଏହି ନୂଆ ଅଫରରେ ଫୋନ ଉପରେ ଗ୍ରାହକ ସିଧାସଳଖ ୮୦୦ ଟଙ୍କାର ଫାଇଦା ପାଇପାରିବେ। ଏହାସହ ଏହି ଅଫରରେ ଯେଉଁ ଗ୍ରାହକ ଫୋନ କିଣୁଛି ତାଙ୍କୁ ଆହୁରି ୭୦୦ ଟଙ୍କାର ଡାଟା ବାଲାନ୍ସ ଦେବ ଜିଓ କମ୍ପାନି।

ସେହିପରି ପ୍ରଥମ ୭ଟି ରିଚାର୍ଜରେ ଜିଓ କମ୍ପାନି ଗ୍ରାହକମାନଙ୍କୁ ଅତିରିକ୍ତ ୯୯ଟଙ୍କାର ଡାଟା ଯୋଗାଇଦେବ। ଯାହା ଫଳରେ ଦିପାବଳୀରେ ଗୋଟିଏ ଜିଓ ଫୋନ କିଣିଲେ ଜଣେ ଗ୍ରାହକ ମୋଟ ୧୫୦୦ ଟଙ୍କାର ଫାଇଦା ପାଇପାରିବେ।

ପୂର୍ବରୁ କମ ଟଙ୍କାରେ ଜିଓ ଫୋନ କିଣିଲେ ଏଥିପାଇଁ ଗ୍ରାହକଙ୍କୁ ପୁରୁଣା କୌଣସି ଫୋନ ବଦଳାଇ ନୂଆ ଜିଓ ଫୋନ ନେବାକୁ ପଡୁଥିଲା। ହେଲେ ବର୍ତ୍ତମାନ ୬୯୯ ଟଙ୍କାର ଫୋନ କିଣିବା ପାଇଁ ଗ୍ରାହକଙ୍କୁ ଅନ୍ୟ କୌଣସି ସର୍ତ୍ତ ପୂରଣ କରିବାକୁ ପଡ଼ିବ ନାହିଁ।

Comment