ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଜିଓ ନିଜ ଜିଓ ଫୋନ୍‌ ପାଇଁ ନୂଆ କ୍ରିକେଟ୍ ଆପ୍ ଲଞ୍ଚ୍ କରିଛି। ଏହି ଆପ୍‌ରେ ଲାଇଭ୍ ସ୍କୋର, ମ୍ୟାଚ୍ ଅପ୍‌ଡେଟ୍, ନ୍ୟୁଜ୍ ଓ ଭିଡିଓ ଉପଲବ୍ଧ ହେବ। ଜିଓ କ୍ରିକେଟ୍ ଆପ୍‌କୁ ଜିଓ ଫୋନ୍ ଓ ଜିଓ ଫୋନ୍‌ ୨ରେ KaiOS ଆପ୍ ଷ୍ଟୋରରୁ ଡାଉନଲୋଡ କରିହେବ। ସବୁଠୁ ଖାସ୍ କଥା ହେଉଛି ଏହି ଆପ୍‌ରେ କ୍ରିକେଟ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସ୍ପୋର୍ଟ୍‌ସ ବାଇକ୍ ଓ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିଲାଏନ୍ସ ଭାଉଚର ମଧ୍ୟ ଜିତିହେବ। ତେବେ ଆସନ୍ତୁ ଜାଣିବା ଏହି ଆପ୍ ବିଷୟରେ…ଜିଓ କ୍ରିକେଟ ଆପ୍ ହିନ୍ଦୀ, ବଙ୍ଗଳା, ମରାଠି, ତେଲୁଗୁ, ତାମିଲ, ମାଲାୟଲମ, କନ୍ନଡ, ଗୁଜୁରାଟୀ ଓ ଇଂରାଜୀ ଆଦି ସମୁଦାୟ ୯ଟି ଭାଷାରେ ଉପଲବ୍ଧ। ଏହି ଆପ୍‌ରେ ପ୍ରତ୍ୟେକ ସେକ୍ସନ ପାଇଁ ଭିନ୍ନ ଭିନ୍ନ ଟ୍ୟାବ୍ ରହିଛି।

ଏହି ଆପ୍‌କୁ ଓପନ୍ କରିବା ମାତ୍ରେ ଆପଣଙ୍କୁ ଲାଇଭ୍ ସ୍କୋର ମିଳିଯିବ। ଏଥିରେ ଆପଣ ଚାଲିଥିବା ମ୍ୟାଚ୍ ଅପ୍‌ଡେଟ୍ ସ୍କୋର ଦେଖିପାରିବେ। ଏଥିସହ ହୋମ୍ ସ୍କ୍ରିନ୍‌ରେ ମଧ୍ୟ ଏକ ଟ୍ରେଣ୍ଡିଂ ସେକ୍ସନ ଓ ଗେମ୍ ସେକ୍ସନ ଦେଖିପାରିବେ।

ଜିଓ କ୍ରିକେଟ ଆପ୍‌ର ଦ୍ଵିତୀୟ ସେକ୍ସନରେ ନ୍ୟୁଜ୍, ଗେମ୍, ଭିଡିଓ ଆଦି ରହିଛି। ଏହି ଆପ୍‌ରେ ସ୍ପେଶାଲ କ୍ଵିଜ୍ ଓ ଡେଲି ପ୍ରାଇଜ୍ ସୁବିଧା ମିଳିବ। ଏଥିରେ ୟୁଜରମାନେ ଭାଗ ନେଇପାରିବେ। ଡେଲି ପ୍ରାଇଜେସ୍ ଅଫରରେ ୧୦,୦୦୦ ଟଙ୍କା ମୂଲ୍ୟର ରିଲାଏନ୍ସ ଭାଉଚର, ଏକ ବର୍ଷ ପାଇଁ ଜିଓ ରିଚାର୍ଜ ଓ ଜିଓ କ୍ରିକେଟ୍ ପ୍ଲାନ୍ ସାମିଲ ହେବ।ସାପ୍ତାହିକ ପୁରସ୍କାର (ଓ୍ଵିକ୍‌ଲି ପ୍ରାଇଜ୍)ରେ ରିଲାଏନ୍ସ ଜିଓ ଭାଉଚର ସହିତ TVS ସ୍ପୋର୍ଟ୍‌ସ ବାଇକ୍ ମିଳିବ। ସେହିପରି ବମ୍ପର ପ୍ରାଇଜ୍ ଆକାରରେ ୫୦,୦୦୦ ଟଙ୍କା ମୂଲ୍ୟର ରିଲାଏନ୍ସ ଭାଉଚର ପ୍ରଦାନ କରାଯିବ।

ଏଥିସହ ଏହି ଆପ୍ ସାହାଯ୍ୟରେ ଜିଓ ଫୋନ୍ ୟୁଜରମାନେ ଜିଓ କ୍ରିକେଟ୍ ପ୍ଲେ ଆଲଙ୍ଗ୍ ମଧ୍ୟ ଖେଳିପାରିବେ। ଜିଓ ଏହି ଗେମ୍‌କୁ ଗତ ମାସରେ ଆଇପିଏଲ୍ ୨୦୨୦ ସହିତ ଲଞ୍ଚ୍ କରିଥିଲା।

ଏହି ଗେମ୍ ପାଇଁ ୟୁଜରଙ୍କୁ ପ୍ରତି ବଲ୍ ପାଇଁ ପୂର୍ବାନୁମାନ କରି ତାହାକୁ ସେୟାର କରିବାକୁ ପଡ଼ିଥାଏ। ଜିଓ କ୍ରିକେଟ ପ୍ଲେ ଆଲଙ୍ଗ୍ ଗେମ୍ ସମସ୍ତ ଜିଓ ୟୁଜରଙ୍କ ପାଇଁ ମାଇ ଜିଓ ଆପ୍‌ରେ ଉପଲବ୍ଧ ହେଉଛି।

Comment