ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓ କମ୍ପାନି ଖୁବଶୀଘ୍ର ଏକ ନୂଆ ଫିଚର ଫୋନ୍ ଆଣିବାକୁ ଯାଉଛି। ଏହି ମୋବାଇଲ୍ ଫୋନର ଦାମ୍ ମାତ୍ର ୩୯୯ ଟଙ୍କା ରହିବ। ହେଲେ ଜିଓର ପୂର୍ବ ଫୋନଗୁ଼ଡ଼ିକ ଭଳି ଏଥିରେ ଇଣ୍ଟରନେଟ୍ ବ୍ୟବହାର କରିବାର ସୁବିଧା ରହିବ ନାହିଁ।

ଏହି ଜିଓ ଫୋନର ନାଁ ରହିଛି ‘ଜିଓ ଫୋନ୍ ଲାଇଟ୍’। ଏଥିରେ ସାଧାରଣ ଫିଚର ଫୋନ୍ ଭଳି କିବୋର୍ଡ ରହିବା ସହ ଛୋଟ ଡିସପ୍ଲେ ରହିଛି। ଏହି ଫୋନରେ ଗ୍ରାହକମାନେ ଜିଓ ସିମର ବ୍ୟବହାର କରିବେ। ଗ୍ରାହକମାନେ ଏହି ସିମରେ ମାତ୍ର ୫୦ ଟଙ୍କାର ରିଚାର୍ଜ କରି ଜିଓରୁ ଜିଓ ଅନଲିମିଟେଡ୍ କଲ୍ କରିପାରିବେ। ଏହାସହ ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ ଅନ୍ୟ ନେଟୱାର୍କକୁ କଲ୍ କରିପାରିବେ। ଏହି ରିଚାର୍ଜର ସମୟସୀମା ୨୮ ଦିନ ପାଇଁ ରହିବ।

ଅନ୍ୟ ଜିଓ ଫୋନ୍ ଭଳି ଏଥିରେ ଇଣ୍ଟରନେଟ୍ ସୁବିଧା ମିଳିପାରିବ ନାହିଁ। ପୂର୍ବରୁ ଜିଓର ସମସ୍ତ ଫୋନରେ ଇଣ୍ଟରନେଟ୍ ସୁବିଧା ମିଳିପାରୁଥିଲା। ଏହା ଜିଓର ପ୍ରଥମ ଫୋନ୍ ଯେଉଁଥିରେ ଇଣ୍ଟରନେଟ୍ ସୁବିଧା ରହିବ ନାହିଁ। ଏପର୍ଯ୍ୟନ୍ତ ଜିଓ ତରଫରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ଖୁବଶୀଘ୍ର ଏନେଇ ଜିଓ କମ୍ପାନି ପକ୍ଷରୁ ଘୋଷଣା ହେବାର ଅଛି।

Comment