ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆସନ୍ତା ଫେବ୍ରୁଆରି ୧ରେ ବିଜେପି ଆରମ୍ଭ କରିବାକୁ ଯାଉଛି ୩ ଦିନିଆ ଜାତୀୟ ଆଦିବାସୀ ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି ଆସାମ ଓ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ତ୍ରିପୁରା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ। ଏନେଇ ବିଜେପି ରାଷ୍ଟ୍ରୀୟ ଏସ୍‌ଟି ମୋର୍ଚ୍ଚାର ଅଧ୍ୟକ୍ଷ ରାମ ବିଚାର ନେତମ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବିଜେପ ଜନଜାତି ମୋର୍ଚ୍ଚା ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀରେ ୩ ଦିନ ଧରି ଏହି ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହେବ।

ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ତ୍ରିପୁରା ଉପ-ମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ବର୍ମା ଏହି ଆଦିବାସୀ ସମ୍ମିଳନୀରେ ଯୋଗଦେବେ। ଏହା ବ୍ୟତୀତ ଶେଷ ଦିନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଉପସ୍ଥିତ ରହି ଆଦିବାସୀ ସମ୍ମିଳନୀରେ ଭାଷଣ ଦେବେ।

ଏହା ପୂର୍ବରୁ ଭୁବନେଶ୍ୱରରେ ଆଦିବାସୀ ସମ୍ମିଳନୀ ଆୟୋଜନ ହୋଇଥିଲା।

Comment