ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ପବ୍‌ଜିକୁ ବ୍ୟାନ୍‌ କରିବା ପାଇଁ ମୁମ୍ବାଇ ହାଇକୋର୍ଟରେ ଅପିଲ୍‌ କରିଛନ୍ତି ୧୧ ବର୍ଷର ଅହମ୍ମଦ ନିଜାମ।

ବର୍ତ୍ତମାନ ସମୟରେ ପବ୍‌ଜି ମୋବାଇଲ ଗେମ୍‌କୁ କିଏ ବା ନଜାଣେ। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପବ୍‌ଜି ପଛରେ ପାଗଳ। ଏହାକୁ ନେଇ ଅନେକ ବିବାଦ ଉଠିବା ପରେ ବର୍ତ୍ତମାନ ଭାରତରେ ପବ୍‌ଜି ଗେମ୍‌କୁ ବ୍ୟାନ୍‌ କରିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

କିଛିଦିନ ତଳେ ଗୁଜୁରାଟରେ ପବ୍‌ଜି ଗେମ୍‌କୁ ବ୍ୟାନ୍‌ କରାଯାଇଛି। ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ବ୍ୟାନ୍‌ କରିବାକୁ ନେଇ ଆବେଦନ ହୋଇଛି। ନିକଟରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପବ୍‌ଜି ବିଷୟରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ୧୧ ବର୍ଷର ଏକ ପିଲା ଭାରତରେ ପବ୍‌ଜିକୁ ବ୍ୟାନ୍‌ କରିବା ପାଇଁ ମୁମ୍ବାଇ ହାଇକୋର୍ଟରେ ଅପିଲ୍‌ କରିଛି।

ଅହମ୍ମଦ ନିଜାମ ନାମକ ଏହି ପିଲା ମୁମ୍ବାଇ ହାଇକୋର୍ଟରେ ଏକ ଜନହିତ ପିଟସନ ଦାଖଲ କରି ଭାରତରେ ପବ୍‌ଜି ବ୍ୟାନ୍‌ କରିବାକୁ ନିବେଦନ କରିଛନ୍ତି। ଅହମ୍ମଦ କହିଛନ୍ତି, “ପବ୍‌ଜି ଗେମ୍‌ ହିଂସା, ଆକ୍ରାମକତା ଓ ସାଇବର ଅପରାଧକୁ ଅଧିକ କରୁଛି।” ଅହମ୍ମଦ ନିଜାମଙ୍କ ମା’ ଜଣେ ଓକିଲ। ମା’ଙ୍କ ସାହାଯ୍ୟରେ କୋର୍ଟରେ ପବଜି ବ୍ୟାନ୍‌ କରିବାକୁ ଆବେଦନ କରିଛନ୍ତି ମହମ୍ମଦ। କେନ୍ଦ୍ର ସରକାରଙ୍କୁ ଏଭଳି ହିଂସାତ୍ମକ ଅନ୍‌ଲାଇନ୍‌ ଖେଳକୁ ଯାଞ୍ଚ କରିବା ପାଇଁ ଏକ ବୈଠକ ପ୍ରସ୍ତୁତ କରିବା ପାଇଁ ଅହମ୍ମଦଙ୍କ ଏହି ପିଟିସନରେ ଲେଖାଯାଇଛି।

ସୂଚନାଯୋଗ୍ୟ, ଗୁଜୁରାତ ରାଜ୍ୟରେ ପବ୍‌ଜି ମୋବାଇଲ ଗେମ୍‌କୁ ବ୍ୟାନ୍‌ କରାଯାଇଛି। ଜାମ୍ମୁ କାଶ୍ମୀରରେ ମଧ୍ୟ ଏହାକୁ ବ୍ୟାନ୍‌ କରିବା ପାଇଁ ଆବେଦନ ହୋଇଛି। ପବ୍‌ଜି ଗେମ୍‌ ପାଇଁ ସ୍କୁଲ ପିଲାଙ୍କବ ମଧ୍ୟରେ ଚିଡ଼ଚିଡ଼ା ଦେଖିବାକୁ ମିଳୁଛି। ଏହା ସହିତ ପିଲାମାନେ ପାଠ ପଢ଼ିବାରେ ମଧ୍ୟ ଧ୍ୟାନ ଦେଉନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ସରକାର ପବ୍‌ଜି ଗେମ୍‌କୁ ବ୍ୟାନ୍‌ କରିଛନ୍ତି। ବର୍ତ୍ତମାନ ସାରା ଭାରତରେ ଏହି ଗେମ୍‌କୁ ବ୍ୟାନ୍‌ କରିବା ନେଇ ୧୧ ବର୍ଷର ଅହମ୍ମଦ ନିଜାମଙ୍କ ପିଟିସନ କେତେ ଦୂର ସଫଳ ହେଉଛି ତାହା ଦେଖିବା ବାକି।

Comment