ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଏକ ମାଈ ହାତୀର ଜୀବନ ଯାଇଛି। ହାତୀପଲଙ୍କ ସହ ଟ୍ରାକ ଅତିକ୍ରମ କରୁଥିବା ବେଳେ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଫଳରେ ମାଈ ହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣା ଗୁରୁବାର ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲାରେ ଘଟିଛି।

ଢେଙ୍କାନାଳ ସଦର ଥାନା ରେଞ୍ଜ ବାରଦା ଲେଭଲ କ୍ରସିଂଠାରୁ ୫୦୦ ମିଟର ଦୂରରେ ଟ୍ରାକ ଅତିକ୍ରମ କରୁଥିବା ବେଳେ ଏହି ଅଘଟଣ ଘଟିଛି। ମୃତ ହାତୀର ବୟସ ୪୦ ବର୍ଷ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର ତଦନ୍ତ ହେବ ବୋଲି ବନ ବିଭାଗ କହିଛି।

ଗତ ନଭେମ୍ବର ମାସରେ କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ଟ୍ରେନ ଧକ୍କାରେ ମାଈ ହାତୀର ମୃତ୍ୟୁ ହୋଇଥିଲା।

Comment