ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ୱାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଦୁଃଖ ଖବର। ଭାରତରୁ ବିଦା ହୋଇପାରେ ହ୍ୱାଟ୍‌ସଆପ୍‌। ହ୍ୱାଟ୍‌ସଆପ୍‌ ଓ ଭାରତ ସରକାରଙ୍କ ମଧ୍ୟରେ ଗତ ବର୍ଷଠାରୁ ବିବାଦ ଲାଗି ରହିଥିଲା। ତେବେ ଏହି ବିବାଦର ଅନ୍ତ ଘଟିବାକୁ ଯାଉଛି। ଏଥିପାଇଁ ଭାରତ ସରକାର ହ୍ୱାଟ୍‌ସଆପ୍‌ ଆଗରେ କଡ଼ା ନିୟମ ରଖିଛନ୍ତି। ଯଦି କମ୍ପାନି ସରକାରଙ୍କ ଏହି ନିୟମକୁ ନମାନେ ତେବେ ଖୁବଶୀଘ୍ର ଭାରତରୁ ହ୍ୱାଟ୍‌ସଆପ୍‌ ବନ୍ଦ ହେବ।

ଭାରତ ସରକାର ଡାଟାସେୟାରିଂ ରେଗୁଲେସନ୍‌କୁ କଡ଼ାକଡ଼ି ଲାଗୁ କରିବାକୁ ବିଚାର କରୁଛନ୍ତି। ଫେକ୍‌ ନ୍ୟୁଜ୍‌ ପ୍ରସାର ଉପରେ ରୋକ ଲଗାଇବା ପାଇଁ  ଭାରତ ସରକାର ଡାଟାସେୟାରିଂ ରେଗୁଲେସନ୍‌ ଲାଗୁ କରିବାକୁ ଯାଉଛନ୍ତି। ଏହା ହ୍ୱାଟସ୍‌ଆପ୍‌ ପକ୍ଷେ ବିପଦ ସାବ୍ୟସ୍ତ ହୋଇଛି। ତେଣୁ ଯଦି ଭାରତ ସରକାର ଉକ୍ତ ନିୟମକୁ ଲାଗୁ କରନ୍ତି ତେବେ ହ୍ୱାଟସ୍‌ଆପ୍‌ ଭାରତ ଛାଡ଼ିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଆଗକୁ ଥିବା ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ଗୁଡ଼ିକ ହ୍ୱାଟସ୍‌ଆପ୍‌ର ଅପବ୍ୟବହାର କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏଭଳି କଠୋର ପଦକ୍ଷେପ ନେବା ପାଇଁ ବିଚାର କରୁଛନ୍ତି। ହ୍ୱାଟ୍‌ସଆପ୍‌ କମ୍ପାନି ସରକାରଙ୍କ ଏହି ନିୟମକୁ ନମାନିଲେ ଭାରତରୁ ବିଦା ହେବ ବୋଲି ଚର୍ଚ୍ଚା ଜୋର ଧରିଛି।

Comment