ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଟି-୨୦ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ହରାଇ ପ୍ରତିଶୋଧ ନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆ ଶୋଚନୀୟ ଭାବେ ହାରିଥିବା ବେଳେ ଦ୍ଵିତୀୟ ମ୍ୟାଚରେ ପୁଣି ଥରେ କମ୍‌ ବ୍ୟାକ୍‌ କରିଛି। ବୋଲରଙ୍କ ସଫଳତା ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଭାରତ ଏହି ବିଜୟ ହାସଲ କରିଛି।

ବର୍ତ୍ତମାନ ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ସରିଜରେ ୧-୧ରେ ବରାବର ରହିଛି। ଶୁକ୍ରବାର ଅକଲାଣ୍ଡର ଇଡେନ୍‌ ପାର୍କ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଥିଲା। ଟସ୍‌ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ  ୮ ଓ୍ଵିକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ କୋଲିନ ଗ୍ରାଣ୍ଡହୋମ ସର୍ବାଧିକ ୫୦ ରନ କରିଥିଲେ।

ଜବାବରେ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ୫୦ ରନ, ପନ୍ତ ଓ ଧୋନୀଙ୍କ ଅପରାଜିତ ୪୦ ଓ ୨୦ ରନ ବଳରେ  ୧୮.୫ ଓଭରରେ ମାତ୍ର ୩ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଟିମ୍‌ ଇଣ୍ଡିଆ ପକ୍ଷରୁ କୃନାଲ ପାଣ୍ଡ୍ୟା ୩ ଓ୍ଵିକେଟ ନେଇ ଏହି ବିଜୟରେ ପ୍ରମୁଖ ଭୂମିକା ନିଭାଇଛନ୍ତି।

ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ନ୍ୟୁଜିଲାଣ୍ଡର ହାମିଲଟନରେ ଖେଳାଯିବ। ଏହି ବିଜୟ ସହ ବର୍ତ୍ତମାନ ଟିମ୍‌ ଇଣ୍ଡିଆ ୧-୧ରେ ସରିଜରେ ବରାବର ସ୍ଥିତିରେ ରହିଛି।

Comment