ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ଇଣ୍ଟରନ୍ୟାସନାଲ ଫୁଡ୍‌ ସିକ୍ୟୁରିଟି ସେମିନାରରେ କିମ୍‌ସକୁ(କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ) ଅନ୍ତର୍ଜାତୀୟ ସମ୍ମାନ ମିଳିଛି।

ତେବେ ଉତ୍କୃଷ୍ଟ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କିମ୍‌ସକୁ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଗ୍ରହଣ କରିଛନ୍ତି କିମ୍‌ସ ପ୍ରିନ୍ସପାଲ ମେଜର ଜେନେରାଲ ପ୍ରଦୀପ ପଟ୍ଟନାୟକ। ତାଙ୍କୁ ମାନପତ୍ର ଓ ଟ୍ରଫି ସହ ସମ୍ମାନିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସୁରେଷ ପ୍ରଭୁ।

୨୦୦୭ ମସିହାରେ ଭୁବନେଶ୍ଵରରେ ପ୍ରତିଷ୍ଠା ହୋଇଥିବା କିମ୍‌ସ ଭଲ ସ୍ଵାସ୍ଥ୍ୟସେବା ଯୋଗାଇ ଦେବାରେ ସାରା ରାଜ୍ୟରେ ନାମ କରିଛି। ଏବେ କିମ୍‌ସ ଉତ୍କୃଷ୍ଟ  ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଛି।

Comment