ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧୦, ରବିବାର କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କ ପାଇଁ ନୂଆ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବ୍ରୁଆରି ୧୦ରେ କନ୍ଧମାଳ ଜିଲ୍ଲା ଗସ୍ତ କରି ୨୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।

ଏଥିସହ ୪ଟି ନୂଆ ପ୍ରକଳ୍ପର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

  • ନୂଆରିପଦରଠାରେ ୧୫ କୋଟି ବ୍ୟୟରେ ହାଇଲେଭ୍‌ଲ ପୋଲ ନିର୍ମାଣ।
  • ୮ କୋଟି ବ୍ୟୟରେ ବାଲିଗୁଡ଼ା ଖମନଖୋଲ ଗୁଡ଼ିମାସ୍କା ରାସ୍ତାର ଉନ୍ନତିକରଣ।
  • ୧୬ କୋଟି ବ୍ୟୟରେ ରାଇକିଆ-କରଡ଼ା ନୂତନ ରାସ୍ତା ନିର୍ମାଣ।
  •   ୭ କୋଟି ଟଙ୍କା  ବ୍ୟୟରେ ବାଲିଗୁଡ଼ା ଏନ୍‌ଏସି ପାଇଁ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ।

କନ୍ଧମାଳରେ ଆୟୋଜିତ ଆଞ୍ଚଳିକ ଯୁବ ସମାବେଶରେ ଯୋଗ ଦେଇଥିଲେ ନବୀନ। ସେଠାରେ ମୁଖ୍ୟମନ୍ତ୍ରୀ ସଫଳ ସ୍ୱେଚ୍ଛାସେବୀଙ୍କୁ  ପରସ୍କୃତ କରି ଉଦ୍‌ବୋଧନ ଦେଇଥିଲେ। ଏହି ସମାବେଶରେ ନୟାଗଡ଼, ବୌଦ୍ଧ, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ବିଜୁ ଯୁବବାହିନୀର ୨୮ ହଜାରରୁ ଅଧିକ ସଦସ୍ୟ ସାମିଲ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ୧୯ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଭିନ୍ନ ୪୭ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ଏହି ସମାବେଶରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ମୁଖ୍ୟ ପ୍ରେମଚାନ୍ଦ ଚୌଧୁରୀ, ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ଆଦି ଉପସ୍ଥିତ ରହିଥିଲେ।

Comment