ଓଡ଼ିଶାଲାଇଭ୍‌ ବ୍ୟୁରୋ

୩୯ ବର୍ଷରେ ପଦାର୍ପଣ କଲେ  କିନ୍ନର ମୀରା ପରିଡ଼ା। ତେବେ ଜନ୍ମଦିନ ଉପଲକ୍ଷେ ପଲାଶପଲ୍ଲୀଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ ମୀରା। ଏଥଇଥିରେ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଏହି ଶିବିରରେ ଅନେକ କିନ୍ନର ଏବଂ ବହୁ ବ୍ୟକ୍ତି ଯୋଗ ଦେଇ ରକ୍ତଦାନ କରିଥିଲେ। ମୀରାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଶୁଭେଚ୍ଛୁଙ୍କ ଭିଡ଼ ଲାଗିଥିଲା।

ମୀରା କହିଛନ୍ତି, “ଜୀବନର ମୂଲ୍ୟ ସବୁଠୁ ବଡ଼। କିନ୍ନର ବୋଲି ମତେ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜନ ମତେ ନୂଆ ପ୍ରେରଣା ଦେଇଛି।  ଏଣୁ ପ୍ରତିବର୍ଷ ମୁଁ ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜନ କରିଥାଏ। କୌଣସି ଲୋକ ରକ୍ତ ଅଭାବରୁ ଯେମିତି ମତ୍ୟୁବରଣ ନକରୁ ସେଥିପାଇଁ ମୁଁ ସମସ୍ତଙ୍କୁ ରକ୍ତଦାନ କରିବାକୁ ଅନୁରୋଧ କରୁଛି।”

Comment