ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ହେଉଛି ଭାଲେଣ୍ଟାଇନ୍‌ ୱିକ୍‌ର ସପ୍ତମ ଦିନ କିସ୍‌ ଡେ’। ପ୍ରେମୀ ଯୁଗଳଙ୍କ ପାଇଁ ଫେବ୍ରୁଆରି ୧୩ ଦିନଟି ଖାସ୍‌ ଥାଏ। ଏହି ଦିନକୁ ପ୍ରେମୀ ଯୁଗଳମାନେ ବଡ଼ ଆନନ୍ଦର ସହ ପାଳନ କରିଥାନ୍ତି। ତେବେ ଆପଣ ଜାଣିଛନ୍ତି କି, କେଉଁ କିସ୍‌ର ଅର୍ଥ କ’ଣ? କିସ୍‌ ମାଧ୍ୟମରେ ଜାଣନ୍ତୁ ସାଥିର ମନ କଥା।

ମଥାରେ କିସ୍‌

ଯଦି ଆପଣଙ୍କ ସାଥି ଆପଣଙ୍କ ମଥାରେ କିସ୍‌ ଦିଏ, ତେବେ ତାହା ହେଉଛି ବିଶ୍ୱାସର ପ୍ରତୀକ। ନିଜ ସାଥି ପ୍ରତି ନଜ ଭଲପାଇବାକୁ ଜଣାଇବା ପାଇଁ ମଥାରେ କିସ୍‌ କରିଥାନ୍ତି। ପ୍ରେମର ସମ୍ପର୍କର ଆରମ୍ଭରେ ସାଥି ମଥାରେ କିସ୍‌ କରିଥାନ୍ତି।

ହାତରେ କିସ୍‌

ଯଦି ଆପଣଙ୍କ ସାଥି ଆପଣଙ୍କ ହାତରେ କିସ୍‌ କରୁଛି, ତେବେ ସେ ଆପଣଙ୍କୁ ବହୁତ ସମ୍ମାନ କରୁଛନ୍ତି। ତେବେ ନିଜ ସାଥିଙ୍କୁ ପ୍ରଥମେ ହାତରେ କିସ୍‌ କରନ୍ତୁ। ଏହା ତାଙ୍କ ପ୍ରତି ଏକ  ସ୍ନେହର ପ୍ରତୀକ ହୋଇଥାଏ।

ଗାଲରେ କିସ୍‌

ସାଥିଙ୍କୁ ଗାଲରେ କିସ୍‌ କରିବା ଅର୍ଥ ହେଉଛି ବନ୍ଧୁତ୍ୱର ପ୍ରତୀକ। ଅଭିନନ୍ଦନର ଜଣାଇବା ତଥା ନିଜ ସାଥି ଅନୁରାଗରେ ଗାଲ କିସ୍‌ କରିଥାନ୍ତି।

ଲିପ୍‌ କିସ୍‌

ଲିପ୍‌ କିସ୍‌ ହେଉଛି ସବୁଠୁ ରୋମାଣ୍ଟିକ୍‌ କିସ୍‌। ସାଥିର ଓଠରେ କିସ୍‌ କରିବାକୁ ଲିପ୍‌ କିସ୍‌ ବା ଫ୍ରେଞ୍ଚ କିସ୍‌ କୁହାଯାଏ। ତେବେ ଲିପ୍‌ କିସ୍‌ ସାଥି ପ୍ରତି ଥିବା ଆବେଗକୁ ଦର୍ଶାଇଥାଏ। ଏହା ପ୍ରେମ ସମ୍ପର୍କକୁ ସୁଦୃଢ଼ କରିଥାଏ।

Comment