ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରେମ ଏକ ଶାଶ୍ୱତ ଅନୁଭବ। ଦୁଇଟି ମନର ପବିତ୍ର ସଂପର୍କ। ଦୁଇଟି ଅକ୍ଷରର ଏହି ଶବ୍ଦ ଦୁଇଟି ଭିନ୍ନ ମଣିଷଙ୍କୁ ଏକାଠି କରିଥାଏ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବ୍ରୁଆରି ୧୪ରେ ଭାଲେଣ୍ଟାଇନ୍ସ ଡେ’ ପାଳିଥାନ୍ତି ପ୍ରେମୀଯୁଗଳ। ଏହି ଦିନ ନିଜ ମନର ମଣିଷକୁ ହୃଦୟର କଥା କହିଥାନ୍ତି ପ୍ରେମୀ। ଏଥିପାଇଁ କିଏ କେତେ ପ୍ରକାର ଯୋଜନା ମଧ୍ୟ କରିଥାଏ। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଭାଲେଣ୍ଟାଇନ ଡେ’ର ବହୁତ କ୍ରେଜ। ଏହି ଦିନ ପାର୍କ, ରେସ୍ତୋରାଁରେ ଅଧିକାଂଶ ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳିଥାଏ।

ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ମନ ପସନ୍ଦର ଉପହାର ଦେଇଥାନ୍ତି। କୁହାଯାଏ ପ୍ରେମ କେବେ ବି ଜାତି, ଧର୍ମ, ବୟସ, ରଙ୍ଗ କିଛି ଦେଖିନଥାଏ। ଏହାକୁ ମନ ସହ ମନର ମିଳନ ବୋଲି କୁହାଯାଏ।

ଭାଲେଣ୍ଟାଇନ୍ସ ଡେ କିମ୍ବା ପ୍ରେମ ଦିବସ ଏହା ଏକ ପାଶ୍ଚାତ୍ୟ ପରମ୍ପରା, ହେଲେ ଧୀରେ ଧୀରେ ଏହି ଦିନକୁ ସମସ୍ତେ ଆପଣେଇ ନେଲେଣି। ଆମ ଦେଶରେ ଅନେକ ବର୍ଷ ହେବ ଏହାକୁ ପାଳନ କରାଯାଇଆସୁଛି। ଚଳିତ ବର୍ଷ ବଜରଙ୍ଗ ଦଳ ଏହି ଦିନକୁ ବିରୋଧ କରିବ ନାହିଁ ବୋଲି ଜଣାପଡ଼ିଛି।

Comment