ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୧୪ ସାଧାରଣ ଲୋକଙ୍କ ଲାଗି ସବୁଦିନ ପରି ଏକ ସଧାରଣ ଦିନ, ମାତ୍ର ଯୁବପିଢି ଓ ପ୍ରେମୀ ଯୁଗଳଙ୍କ ଲାଗି ଏହି ଦିନ ଏକ ସ୍ପେଶାଲ ଡେ। ସେମାନେ ବର୍ଷ ଯାକ ଅପେକ୍ଷା କରିଥାନ୍ତି ଏହି ଦିନଟିକୁ। କାରଣ ଭାଲେଣ୍ଚାଇନ୍ସ ଡେ’ରେ ସାଥୀ ପ୍ରତି ଥିବା ଭଲପାଇବାକୁ ପ୍ରକାଶ କରିବାର ସବୁଠୁ ଭଲ ଦିନ ବୋଲି କୁହାଯାଇଥାଏ।

କୁହାଯାଏ ପ୍ରେମ କେବେ ବି ଜାତି, ଧର୍ମ, ବୟସ, ରଙ୍ଗ କି ଅନ୍ୟ କିଛି ଦେଖିନଥାଏ। ଏହାକୁ ମନ ସହ ମନର ମିଳନ କିମ୍ବା ହୃଦୟ ସହ ହୃଦୟର ମିଳନ ବୋଲି କୁହାଯାଏ।

କେହି ଜଣେ ଭଲଲାଗିବା, ତାହାର ସୁଖ ଦୁଃଖ ଭଲ ମନ୍ଦରେ ସାମିଲ ହେବା ଏସବୁ କିଛି ସେତେବେଳେ ହୋଇଥାଏ ଯେତେବେଳେ କେହି ଜଣେ ନିଜଠୁ ଅଧିକ ଭଲ ଲାଗେ କିମ୍ବା ଯାହା ସହ ସାରାଜୀବନ କାଟିବା ପାଇଁ ହୃଦୟ ହଁ ଭରିଥାଏ।

ଭାଲେଣ୍ଟାଇନ୍ସ ଡେ କିମ୍ବା ପ୍ରେମ ଦିବସ ଏହା ଏକ ପାଶ୍ଚାତ୍ୟ ପରମ୍ପରା ହୋଇସୁଦ୍ଧା ଆମ ଦେଶରେ ଅନେକ ବର୍ଷ ହେବ ଏହାକୁ ପାଳନ କରାଯାଇଆସୁଛି।

ଭାଲେଣ୍ଟାଇନ୍ସ ଡେକୁ ପାଳନ କରିବା ଲାଗି ପ୍ରେମୀଯୁଗଳ ବହୁ ଆଗରୁ ଅନେକ କିଛି ପ୍ଲାନ କରିଥାନ୍ତି। ବିଶେଷକରି ଯୁବପିଢି ନିଜର ସାଥୀକୁ ପସନ୍ଦର ଉପହାର ଦେଇଥାନ୍ତି। ମାତ୍ର ସାଥୀକୁ କୌଣସି ଉପହାର ବଦଳରେ ସାରାଜୀବନ ସବୁସମୟରେ ସବୁ ପରିସ୍ଥିତିରେ ରହିବାର ପ୍ରତିଶୃତି ରୂପକ ଉପହାର ଦେଇ ନିଜ ଭାଲେଣ୍ଟାଇନ୍ସ ଡେକୁ ଅଧିକ ସ୍ମରଣୀୟ କରନ୍ତୁ।

Comment