ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି। ପୁଲୱାମା ଆତଙ୍କୀ ହମଲା ଯୋଗୁଁ ଶାହଙ୍କ କାର୍ଯ୍ୟକ୍ରମ ବାତିଲ କରାଯାଇଛି।

କେବଳ ଓଡ଼ିଶା ଗସ୍ତ ନୁହଁ ଶାହଙ୍କ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଆଜି ସମ୍ବଲପୁରରେ ଶାହଙ୍କର କାର୍ଯ୍ୟକ୍ରମ ଥିଲା।

ସମ୍ବଲପୁର ଧନକଉଡା ପଡ଼ିଆରେ ଆୟୋଜିତ ବିଜେପି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତେ ଶାହ। ୪ଟି ଲୋକସଭା ଆସନର ବୁଥ ସ୍ତରୀୟ କର୍ମକର୍ତ୍ତାଙ୍କ ସହ ଅମିତ ନିର୍ବାଚନ ବାବଦରେ ଆଲୋଚନା କରି ଗୁରୁମନ୍ତ୍ର ଦେଇଥାନ୍ତେ।

Comment