ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୪ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଛନ୍ତି। ଏହି ହୃଦୟବିଦାରକ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ସମସ୍ତେ ଏହାକୁ ତୀବ୍ର ସମାଲୋଚନା କରୁଥିବା ବେଳେ କ୍ରିକେଟ ଜଗତରେ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରାଯାଉଛି। କ୍ରିକେଟରମାନେ ଟୁଇଟର୍‌ରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏହା ସହ ସହିଦଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି।

ବିରାଟ କୋହଲିଙ୍କ ପ୍ରତିକ୍ରିୟା

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଛନ୍ତି, “ପୁଲୱାମା ଆତ୍ମଘାତୀ ଆକ୍ରମଣରେ ଆମର ୪୪ଜଣ ଯବାନ ସହିଦ ହୋଇଛନ୍ତି। ଏଥିରେ ମୁଁ ଗଭୀର ମର୍ମାହତ ହୋଇଛି। ମୁଁ ସହିଦଙ୍କ ପରିବାରକୁ ସମବେଦନା ଜଣାଉଛି। ଆହତ ଯବାନଙ୍କ ଶୀଘ୍ର ସୁସ୍ଥ କାମନା କରୁଛ।”

ଗମ୍ଭୀର କହିଲେ କଥାରେ ନୁହେଁ ଯୁଦ୍ଧ ଜବାବ ଦରକାର

ପାକିସ୍ତାନ ସହ ଆଲୋଚନା ନୁହେଁ ଯୁଦ୍ଧ କ୍ଷେତ୍ରରେ ଜବାବ ଦିଆଯିବା ଉଚିତ ବୋଲି କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି। ଟୁଇଟର୍‌ରେ ଗମ୍ଭୀର ଲେଖିଛନ୍ତି, “ବର୍ତ୍ତମାନ ବହୁତ ହେଲା। ପାକିସ୍ତାନକୁ ଟେବୁଲ ଉପରେ ଆଲୋଚନା କରି ନୁହେଁ ଯୁଦ୍ଧ କ୍ଷେତ୍ରରେ ଜବାବ ଦେବା ଉଚିତ।”

ସେହୱାଗ କହିଲେ ଏହା କାୟରତାର ପ୍ରମାଣ

କ୍ରିକେଟର ବିରେନ୍ଦ୍ର ସେହୱାଗ ମଧ୍ୟ ନିଜ ଟୁଇଟର୍‌ରେ ପୁଲୱାମା ଆକ୍ରମଣର ପ୍ରତିକ୍ରିୟା ରଖିଛିନ୍ତି। ସେହୱାଗ କହିଛନ୍ତି, “ବାସ୍ତବରେ ପୁଲୱାମାରେ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ, କାୟରତାର ପ୍ରମାଣ ଦେଉଛି। ଏଥିରେ ଆମର ବାହାଦୁର ଯବାନ ସହିଦ ହୋଇଛନ୍ତି। ଏଥିରେ ମୁଁ ବହୁତ ମର୍ମାହତ ହୋଇଛି,ଯାହାକୁ ମୁଁ ଶବ୍ଦରେ କହିପାରୁନି। ଆହତ ଯବାନଙ୍କ ଶୀଘ୍ର ସୁସ୍ଥ କାମନା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।”

Comment