ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣକୁ ନେଇ ସାରା ଦେଶରେ  ବିରୋଧ କରାଯାଇଛି। ସାଧାରଣ ଲୋକେ ରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି। ଜମ୍ମୁର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ମଧ୍ୟ ଦେଖାଯାଇଛି।

ଜମ୍ମୁର ଗୁଜ୍ଜର ନଗରରେ ପ୍ରଦର୍ଶନକାରୀମାନେ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ପ୍ରଦର୍ଶନ ଉତ୍ତେଜନା ହେବାରୁ ସୁରକ୍ଷା ଦୃଷ୍ଟିରୁ ଜମ୍ମୁରେ କର୍ଫ୍ୟୁ ଜାରି ହୋଇଛି। ଇଣ୍ଟରନେଟ ସେବା ମଧ୍ୟ ଜାରି କରାଯାଇଛି।

ଶ୍ରୀନଗରରେ ସୁରକ୍ଷା ଅଧିକାରୀଙ୍କ ସହ ରାଜ୍ୟପାଳଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ରହିଥିଲେ।

Comment