ଓଡ଼ିଶାଲାଇଭ୍‌ ବ୍ୟୁରୋ

“ପୁଲୱାମା ଅତଙ୍କୀ ଆକ୍ରମଣକୁ ନା ଆମେ ଭୁଲି ପାରିବୁ ନା କାହାକୁ କ୍ଷମା ଦେଇପାରିବୁ। ୪୪ ଜଣ ଯବାନଙ୍କ ସହିଦର ପ୍ରତିଶୋଧ ନେବୁ ଆମେ। ଆମେ ସହିଦଙ୍କ ପରିବାର ସହିତ ଅଛୁ।”, ଟୁଇଟ୍‌ କରି ସିଆର୍‌ପିଏଫ୍‌ ଏହି ସୂଚନା ଦେଇଛି।

ଜମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ ଘଟଣା ଦେଶବ୍ୟାପି ଲୋକଙ୍କ ହୃଦୟ ଥରାଇ ଦେଇଛି। ତେବେ ଆମେ ଏହି ଆକ୍ରମଣର ପ୍ରତିଶୋଧ ନେବୁ ବୋଲି ସିଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି। କିଛି ସମୟ ପୂର୍ବରୁ ସିଆର୍‌ପିଏଫ୍‌ ଟୁଇଟ୍‌ କରି ଏହି ସୂଚନା ଦେଇଛି।

Comment