ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ମସିହା ଫେବ୍ରୁଆରି ୧୪ କେବଳ ସହିଦ ହୋଇଥିବା ପରିବାର ଲାଗି ବରଂ ପୁରା ଦେଶଲାଗି ଏକ କଳା ଫର୍ଦ୍ଦ ଭଳି ମନେରହିବ। ଘଟଣାପରେ ପୁରା ଦେଶ ସ୍ତବ୍ଧ ସମସ୍ତଙ୍କ ମୁହଁରେ ଗୋଟିଏ କଥା  ଏହାର କଡ଼ା ପ୍ରତିଶୋଧ ନିଆଯାଉ।

ଏହା ସହିତ ଏକ ପ୍ରଶ୍ନ ବି ଲୋକଙ୍କ ମନକୁ ଆସୁଛି କି ବିସ୍ଫୋରଣରେ ସାମିଲ ବ୍ୟବହାର ହୋଇଥିବା ଏତେ ପରିମାଣର ଆରଡିଏକ୍ସ ଆସିଲା କେଉଁଠୁ ଓ କିପରି। ପାଖାପାଖି ୮୦କିଲୋ ଆରଡିଏକ୍ସ ବ୍ୟବହାର ହୋଇଥିଲା

ଆରଡିଏକ୍ସ ବ୍ୟବହାର ନେଇ ଏନଆଇଏ ତରଫରୁ କୁହାଯାଇଛି। ଦୀର୍ଘ ୧୧ବର୍ଷ ପରେ ଆତଙ୍କବାଦୀ ମାନେ ଆରଡିଏକ୍ସ ବ୍ୟବହାର କରିଛନ୍ତି।

୨୦୦୮ରେ ଆସାମ ବିସ୍ଫୋରଣରେ ଆରଡିଏକ୍ସର ବ୍ୟବହାର କରାଯାଇଥିଲା। ସୂଚନାନୁସାରେ ଏତେ ପରିମାଣର ବିସ୍ଫୋରକକୁ  ଆତଙ୍କବାଦୀ ମାନେ ଅନେକଦିନରୁ ସଂଗ୍ରହ କରିଥିଲେ।

Comment