ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ଏକ ଖବରକାଗଜ ଜମ୍ମୁ କାଶ୍ମୀରରେ ଗୁରୁବାର ଦିନର ଆତ୍ମଘାତୀ ବିସ୍ଫୋରଣକୁ ଭିନ୍ନ ରଙ୍ଗ ଦେଇଛି। ‘ଦ ନେସନ’ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟରେ ଏହି ଘଟଣାରେ ଜଡ଼ିତ ଆତଙ୍କବାଦୀକୁ ସ୍ୱାଧୀନତା ସଂଗ୍ରାମୀ ଆଖ୍ୟା ଦେଇଛି।

ସମଗ୍ର ବିଶ୍ୱ ପୁଲୱାମା ଘଟଣାକୁ ନିନ୍ଦା କରିଥିବା ବେଳେ ପାକ ମିଡିଆ ଏହାକୁ ଚପାଇଦେବା ପାଇଁ ଉଦ୍ୟମ କରିଛି। ଏହି ଆତ୍ମଘାତୀ ହମଲାକୁ ହାଲ୍‌କାରେ ନେବା ବ୍ୟତୀତ ଏଥିରେ ଜୈସ-ଏ-ମହମ୍ମଦର କୌଣସି ହାତ ନାହିଁ ବୋଲି ଖବରକାଗଜ କହିଛି।

ପୁଲୱାମା ବିସ୍ଫୋରଣର ଆସାମୀ ଅଦିଲ ଅହମ୍ମଦ ଦାର ନିଜେ ଜାରି କରିଥିବା ଭିଡିଓରେ ଏହି ଉଗ୍ରବାଦୀ ସଂଗଠନର ସଦସ୍ୟ ବୋଲି କହିଥିଲା। ଖାଲି ସେତିକି ନୁହେଁ, ଘଟଣା ପରେ ପରେ ଜୈସ ଏ ମହମ୍ମଦ ଏଥିପାଇଁ ଦାୟୀ ବୋଲି ଦାବି କରିଥିଲା। କିନ୍ତୁ ପାକିସ୍ତାନ ମିଡିଆ ଏହି ଆତଙ୍କବାଦୀ ସଂଗଠନକୁ ସୁରକ୍ଷା ଦେବାକୁ ଲାଗି ପଡ଼ିଥିବା ଜଣାପଡ଼ିଛି। ‘ଫ୍ରିଡମ୍ ଫାଇଟର ନେ କିୟା ଆଟାକ’ ଶୀର୍ଷକରେ ଦ ନେସନ ଏହି ଖବର ସାମ୍ନା ପୃଷ୍ଠାରେ ଗତକାଲି ପ୍ରକାଶ କରିଥିଲା।

Comment