ଓଡ଼ିଶାଲାଇଭ୍‌ ବ୍ୟୁରୋ

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଫେବ୍ରୁଆରି ୧୭ରେ ବଲିଉଡ ପାଳିବ ବ୍ଲାକ୍‌ ଡେ’।

୧୪ ଫେବ୍ରୁଆରି, ଗୁରୁବାରକୁ ସାରା ଦେଶବାସୀ ପ୍ରେମର ଦିବସ ପାଳନ କରୁଥିବା ବେଳେ ଏକ ଆତଙ୍କବାଦୀ ଆକ୍ରମଣ ଦେଶର ବୀର ଯବାନମାନଙ୍କୁ ଲହୁଲୁହାଣ କରି ଦେଇଥିଲା। ଏହି ଆତଙ୍କବାଦୀ ଆକ୍ରମଣ ପୂରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ଜମ୍ମୁ-କଶ୍ମୀର ପୁଲୱାମାରେ ଭାରତୀୟ ଯବାନଙ୍କ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣରେ ପୂରା ଦେଶର ଛାତି ଥରାଇ ଦେଲା। ଏହି ବର୍ବର ଆକ୍ରମଣରେ ଭାରତୀୟ ସେନାର ୪୪ ଯବାନ ସହିଦ ହୋଇଗଲେ। ଏହି ଘଟଣାରେ ଗୋଟେ ପଟେ ପୂରା ଭାରତୀୟ ଓ ଅନ୍ୟପଟେ ବଲିଉଡ ସେଲିବ୍ରିଟି ବି ନିଜ କ୍ରୋଧ ପ୍ରକାଶ କରିଛନ୍ତି।

ଏହି ଘଟଣାରେ ବଲିଉଡ ସେଲିବ୍ରିଟିମାନେ ନିଜ ପ୍ରତିକ୍ରିୟା ଜାହିର କରିଛନ୍ତି। କିଏ ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହୁଛନ୍ତି ତ କିଏ ଆତଙ୍କବାଦକୁ ଶେଷ କରିବା ଲାଗି କହୁଛନ୍ତି।

ଏନେଇ ରବିବାର ବଲିଉଡ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବ୍ଲାକ୍‌ ଡେ’ ପାଳନ କରିବାକୁ ଯାଉଛି। ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍‌ ସଂସ୍ଥା ଏଭଳି ନିଷ୍ପତ୍ତି ନେଇଛନ୍ତି। ୧୭ ଫେବ୍ରୁଆରିକୁ ବଲିଉଡ ସେଲିବ୍ରିଟି ଏହି ଆତଙ୍କବାଦୀ ଘଟଣାକୁ ନିନ୍ଦା କରି ବ୍ଲାକ୍‌ ଡେ’ ପାଳନ କରିବ। ବ୍ଲାକ୍‌ ଡେ’ ମଧ୍ୟାହ୍ନ ୨ରୁ ୪ଟା ମଧ୍ୟରେ କୌଣସି କାର୍ଯ୍ୟ କରାଯିବ ନାହିଁ। ଏକ ପ୍ରାର୍ଥନା ସଭା ମଧ୍ୟ ଆୟୋଜିତ ହେବ।

LEAVE A REPLY

Please enter your comment!
Please enter your name here