ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତଙ୍କବାଦୀ ମାମଲାରେ ପୂରା ବିଶ୍ୱ ନଜରରେ ଥିବା ପାକିସ୍ତାନକୁ ଗୁଗଲରେ ବି ଲଜ୍ଜାଜନକ ସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ଗୁଗଲରେ ‘ବେଷ୍ଟ ଟୟଲେଟ୍ ପେପର ଇନ ୱାର୍ଲ୍ଡ ସର୍ଚ୍ଚ କରିବା ସମୟରେ ପାକିସ୍ତାନୀ ପତାକା ଆସୁଥିବା ୟୁଜର୍ସମାନେ ଦାବି କରିଛନ୍ତି।

ଏହା ପରେ ସୋସିଆଲ ମିଡିଆରେ ପାକିସ୍ତାନକୁ ନେଇ ମଜାକ କରାଯିବା ଆରମ୍ଭ ହୋଇଛି।  ଟୁଇଟର ଏବଂ ଫେସବୁକରେ ବହୁ ପୋଷ୍ଟ ହେବାରେ ଲାଗିଛି।  ଏହାପୂର୍ବରୁ ଗୁଗଲରେ ‘ଇଡିୟଟ୍’ ଶବ୍ଦ ଲେଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ଆସୁଥିଲା।

ସେହିପରି ‘ଭିକାରୀ’ଶବ୍ଦ ସର୍ଚ୍ଚ କଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଦେଖିବାକୁ ମିଳିଥିଲା। ଜମ୍ମୁ କଶ୍ଚୀରର ପୁଲୱାମାରେ  ଆତଙ୍କୀ ହମଲାରେ ୪୦ ଯବାନ ସହିଦ ହେବାପରେ ଦେଶବ୍ୟାପୀ ଅସନ୍ତୋଷ ଲାଗିରହିଛି। ଏପରିକି ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Comment