ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ବିଜେପି ଓ ଶିବସେନା ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି। ମହାରାଷ୍ଟ୍ରରେ ବିଜେପି ୨୫ ଓ ଶିବ ସେନା ୨୩ଟି ଆସନରେ ନିର୍ବାଚନ ଲଢ଼ିବେ। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୋମବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ବୀସ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମିଳିତ ଭାବେ ସାମ୍ୱାଦିକ ସମ୍ମିଳନୀ କରି ଏନେଇ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ୨୦୧୪ ବିଧାନସଭା ନିର୍ବାଚନରେ ଶିବସେନା ବିଜେପି ମଧ୍ୟରେ ମେଣ୍ଟ  ହୋଇଥିଲା। ନିର୍ବାଚନରେ ବିଜେପି ଶିବସେନାର ବିନା ସମର୍ଥନରେ ରାଜ୍ୟର ସବୁଠାରୁ ବଡ ପାର୍ଟି ହୋଇଥିଲା। ଏହା ପରେ ଶିବସେନା ସମର୍ଥନରେ ଦେବେନ୍ଦ୍ର ଫଡନ୍‌ବୀସଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ।

Comment