ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ର ନିର୍ବାଚନ ପରେ ଶିବସେନା ତାର ବିଧାୟକ ଦଳର ନେତା ବାଛିଛି। ଦଳ ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳର ନେତା ଭାବେ ବଛାଯାଇଛି।

ଗୁରୁବାର ମୁମ୍ବାଇରେ ଶିବସେନା ବିଧାୟକ ଦଳର ବୈଠକ ବସିଥିଲା। ପୂର୍ବରୁ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟ ଠାକ୍‌ରେ ବିଧାୟକ ଦଳର ନେତା ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ତାହା ହୋଇନାହିଁ। ଆଦିତ୍ୟ ଗୁରୁବାର ବିଧାୟକ ଦଳର ନେତା ଭାବେ ଏକନାଥ ସିନ୍ଧେଙ୍କ ନାମକୁ ପ୍ରସ୍ତାବ ରଖିଥିଲେ। ଯାହାକୁ ଦଳର ସମସ୍ତ ବିଧାୟକ ସ୍ୱୀକାର କରିଥିଲେ।

ସେହିପରି ଶିବସେନା ସୁନୀଲ ପ୍ରଭୁଙ୍କୁ ବିଧାନସଭାରେ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ଦେଇଛି। ବିଧାୟକ ଦଳର ନେତା ବଛାଯିବାପରେ ସିନ୍ଧେ ଆଜି ରାଜ୍ୟପାଳଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ଯେଉଁଥିରେ ସରକାର ଗଠନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ।

ତେବେ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଆସନ ପାଇଁ ଶିବସେନା ଫିପ୍ଟି-ଫିପ୍ଟି ସମୟ ଚାହୁଁଥିଲାବେଳେ, ବିଜେପି ଏ କଥାକୁ ମାନିବାକୁ ନାରାଜ ଅଛି।

Comment