ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଉତ୍ତର ପ୍ରଦେଶରେ ଏସପି(ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି)ବିଏସପି ମହାମେଣ୍ଟକୁ ନେଇ ଏବେ ରାଜନୀତି ଜୋର ଧରିଛିା ଖୁବଶୀଘ୍ର ମେଣ୍ଟ ଭାଙ୍ଗିବ ବୋଲି ମଧ୍ୟ କୁହାଯାଉଛିା କାରଣ ୨୦୧୯ ଲୋକସଭା ନିର୍ବାଚନରେ ୟୁପିରେ ଏସପି-ବିଏସପିର ବିଫଳତା ପାଇଁ ଏସପିକୁ ଦାୟୀ କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ।

ଏଥର ନିର୍ବାଚନରେ ଏସପି ସମର୍ଥକ ବିଏସପିକୁ ଭୋଟ ଦେଇନଥିବା ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ କହିଥିଲୋ।

ମାୟାବତୀଙ୍କ ଏହି ମନ୍ତବ୍ୟ ପରେ ମେଣ୍ଟ ଭାଙ୍ଗିବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ହେଉଛିା ସେପଟେ ମାୟାବତୀ ଏହି ମେଣ୍ଟ ଭାଙ୍ଗିବା ଖବରକୁ ଖଣ୍ଡନ କରିଛନ୍ତିା ମେଣ୍ଟ ରହିବ, ବିଏସପି କିନ୍ତୁ ଆଗାମୀ ଦିନରେ ୟୁପିରେ ହେବାକୁ ଥିବା ଉପନିର୍ବାଚନ ଏକାକୀ ଲଢ଼ିବ ବୋଲି ସେ ଘୋଷଣା କରିଛନ୍ତିା

ସେ ଆହୁରି ମଧ୍ୟ କହିଛନ୍ତି,‘‘ ଏସପି ମୁଖ୍ୟ ଅଖିଲେଶଙ୍କ ସହିତ ସମ୍ପର୍କ ପୂର୍ବଭଳି ରହିବା ମାତ୍ର ରାଜନୀତିରେ ଦଳ ପାଇଁ ଟିକେ ଭାବିବାକୁ ପଡ଼ିଥାଏ। କିନ୍ତୁ ଏହା ରାଜନୈତିକ ଅସଫଳତା ସମ୍ପର୍କ ଉପରେ କିଛି ପ୍ରଭାବ ପକାଇବନି’’।

ଆଗକୁ ଉତ୍ତରପ୍ରଦେଶରେ ୧୧ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛିା ଦିଲ୍ଲୀରେ ଏକ ଦଳୀୟ ବୈଠକରେ ସମସ୍ତ ଦଳୀୟ ବିଧାୟକ ଓ ନବ ନିର୍ବାଚିତ ସାଂସଦଙ୍କୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାୟାବତୀ।

୨୦୧୯ ଲୋକସଭା ନିର୍ବାଚନରେ ଏସପି ଓ ବିଏସପି ମଧ୍ୟରେ ମେଣ୍ଟ ହୋଇଥିଲା। ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ହୋଇଥିବା ଏହି ମେଣ୍ଟ ୨୦୧୯ ସାଧାରଣ ନିର୍ବାଚନରେ ସେତେଟା ଫାଇଦା ଦେଲାନି। ଯାହାଫଳରେ ଏବେ ମାୟାବତୀ ଓ ଏସପି ମୁଖ୍ୟ ଅଖିଲେଶଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛିା

Comment