ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ତର୍ଜାତିକ ସ୍ପୋର୍ଟୱେର କମ୍ପାନି ‘ପ୍ୟୁମା’ର ବ୍ରାଣ୍ଡ ଆମ୍ବାସଡର ହେଲେ ଭାରତୀୟ ମହିଳା ବକ୍ସିଂର ୬ ଥର ବିଶ୍ୱ ବିଜେତା ମ୍ୟାରିକମ୍‌। ସୋମବାର ମ୍ୟାରିକମ୍‌ ଆଗାମୀ୨ ବର୍ଷ ପାଇଁ ‘ପ୍ୟୁମା’ର ବ୍ରାଣ୍ଡ ଆମ୍ବାସଡର ଭାବେ ଚୁକ୍ତିବଦ୍ଧ ହୋଇଛନ୍ତି।

ସେ ଆଗାମୀ ୨ ବର୍ଷ ଯାଏଁ ପ୍ୟୁମା ପାଇଁ ଭାରତୀୟ ଆମ୍ବାସଡର ଭାବେ କାର୍ଯ୍ୟ କରିବେ।

“ଏକ ବ୍ରାଣ୍ଡ ରୂପରେ ପ୍ୟୁମା କମ୍ପାନି ସବୁବେଳେ ମହିଳାଙ୍କୁ ସମର୍ଥନ ତଥା ଉତ୍ସାହୀତ କରିଥାଏ। ତେଣୁ ପ୍ୟୁମା ମୋ ପାଇଁ ପୁରା ଫିଟ୍‌”, ମ୍ୟାରିକମ୍‌ କହିଛନ୍ତି।

ଏଣେ ଜଣେ ସଫଳ ନାରୀ ଭାବେ ମ୍ୟାରିକମ୍‌ ଭାରତର ମହିଳାଙ୍କ ଆଦର୍ଶ ପାଲଟିଛନ୍ତି। ସେ ପ୍ୟୁମାର ବ୍ରାଣ୍ଡ ଆମ୍ବାସାଡର ହୋଇ ଦେଶର ସମସ୍ତ ମହିଳାଙ୍କୁ ଉଚିତ ମାର୍ଗଦର୍ଶନ କରାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Comment