ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱ ବକ୍ସିଂ ଚାମ୍ପିଅନଶିପ୍‌ରେ ଷଷ୍ଠ ଥର ପାଇଁ ସ୍ୱର୍ଣ୍ଣ ଜିତି ରେକର୍ଡ କଲେ ମେରି କମ୍।

ଭାରତର ମହିଳା ବକ୍ସର ଏମସି ମେରି କମ୍ ବିଶ୍ୱ ବକ୍ସିଂ ଚାମ୍ପିଅନଶିପ୍‌ରେ ୬ଷ୍ଠ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ୩୫ ବର୍ଷୀୟ ମେରି କମ୍‌ ଶନିବାର ବିଶ୍ୱ ବକ୍ସିଂ ଚାମ୍ପିଅନଶିପ୍‌ରେ ୪୫-୪୮ କିଲୋଗ୍ରାମ୍ ବର୍ଗରେ ୟୁକ୍ରେନର ହନ୍ନା ଓଖୋତାଙ୍କ ସହ ମୁକାବିଲା କରିଥିଲେ ଏବଂ ୫-୦ରେ ହରାଇ ଏହି ସଫଳତା ହାସଲ କରିଥିଲେ।

ମେରି କମ୍ ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନଶିପ୍‌ ସେମିଫାଇନାଲରେ ଗୁରୁବାର ଉତ୍ତର କୋରିଆର କିମ୍ ହୟାଙ୍ଗ୍ ମିଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ।

ଏମସି ମେରି କମ୍ ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନଶିପ୍‌ରେ ସର୍ବମୋଟ ୭ଟି ପଦକ ଜିତିଛନ୍ତି। ଏହି ପଦକ ଜିତି ମେରି କମ୍‌ ବିଶ୍ୱର ପ୍ରଥମ ମହିଳା ବକ୍ସର୍‌ ପାଲଟିଛନ୍ତି।

ମେରି କମ୍ ଗତ ବର୍ଷ ଏସୀୟ ଚାମ୍ପିଅନଶିପ୍‌ର ଫାଇନାଲରେ ଉତ୍ତର କୋରିଆର ଏହି ଖେଳାଳିଙ୍କୁ ପରାସ୍ତ କରିଥିଲେ।

୨୦୦୨ ମାସରେ ପ୍ରଥମ ଥର ପାଇଁ ମେରି କମ୍ ବିଶ୍ୱ ବକ୍ସିଂ ଚାମ୍ପିଅନଶିପ୍‌ରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏହାପରେ ୨୦୦୫, ୨୦୦୬, ୨୦୦୮ ଏବଂ ୨୦୧୦ ମସିହାରେ ମଧ୍ୟ ସମାନ ସଫଳତା ହାସଲ କରିଥିଲେ।

Comment