ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାର ଦିନ ଭାରତୀୟ ସେନା ପୁଲବାମା ଅଂଚଳରେ ଜଣେ ଆତଙ୍କବାଦୀକୁ ଗୁଳି ମାରି ହତ୍ୟା କରିଛନ୍ତି। ଏହି ଆତଙ୍କବାଦୀ ଅବଦୁଲ ରସିଦ ଗାଜି ଓରଫ କାମ୍ରନ ହିଁ ନିକଟରେ କାଶ୍ମୀରରେ ବିସ୍ଫୋରଣ ଘଟାଇଥିବା ଜୈସ-ଏ-ମହମ୍ମଦ ବା ଜେଇଏମର ଜଣେ କମାଣ୍ଡର। ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ଅପରେସନ ସୋମବାର ଦିନ ସନ୍ଧ୍ୟାରେ ଶେଷ ହୋଇଛି।

ଗାଜି ଜଣେ ପାକିସ୍ତାନୀ ନାଗରିକ ଓ ପୁଲବାମା ଆକ୍ରମଣର ସେ ହିଁ ଥିଲା ମାଷ୍ଟର ମାଇଣ୍ଡ। ଫେବ୍ରୁଆରି ୧୪ ପୂର୍ବରୁ ସେନା ସହ ଘଟିଥିବା  ଅନ୍ୟ ଏକ ଏନକାଉଣ୍ଟରରେ ଗାଜି ଖସି ଯାଇଥିଲା। ଗାଜି ଆଫଗାନ ଯୁଦ୍ଧର ଜଣେ ଭେଟେରାନ ଓ ସେ ଜଣେ ଆଇ ଇଡି ବିଶେଷଜ୍ଞ। ସେ ହିଁ ସିଆରପିଏଫ ଆକ୍ରମଣର ମୁଖ୍ୟ ଅଦିଲ ଡାରକୁ ବୋମା ବିସ୍ଫୋରଣ ସମ୍ପର୍କରେ ତାଲିମ ଦେଇଥିଲା।

ମସୁଦର ପାଖ ଲୋକ

ଖବର ଅନୁସାରେ ଜାନୁଆରୀ ୩ ତାରିଖରେ ଜେଇଏମର ଏହି ଟପ୍‌ କମାଣ୍ଡର ଗାଜି ଭାରତ ଭିତରକୁ ପଶି ଆସିଥିଲା। ସେହି ଦିନ ଠାରୁ  ପୁଲବାମାରେ ସେ ଲୁଚି ରହି ତାର କାର୍ଯ୍ୟକଳାପ ଚଳାଇଥିଲା। ସିଆର୍‌ପିଏଫ୍‌ ଆକ୍ରମଣ ପରେ ସୁରକ୍ଷା ବାହିନୀ ପକ୍ଷରୁ ତାକୁ ଖୋଜି ବାହାର କରିବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିଲା। କୁହାଯାଉଛି ଗାଜି ଜୈସ ଏ ମୋହମ୍ମଦର ମୁଖ୍ୟ ମୌଲାନା ମସୁଦ ଅଝାରର ଅତି ବିଶ୍ୱସ୍ତ ଓ ନିକଟ ବ୍ୟକ୍ତି ଥିଲା।

ଗାଜିକୁ ବୟସ ୩୫ ପାଖାପାଖି ବୋଲି କୁହାଯାଉଛି। ଦଶ ବର୍ଷ ତଳେ ସେ ଏହି ସଙ୍ଗଠନରେ ଯୋଗ ଦେଇଥିବା ଜଣାପଡିଛି। ଆତଙ୍କବାଦୀ ଆକ୍ରମଣ ଓ ବିଶେଷ କରି ବୋମା ବିସ୍ଫୋରଣରେ ତାର ସ୍ୱତନ୍ତ୍ର ଜ୍ଞାନ ଥିଲା। ସେ ତାଲିବାନ ମାନଙ୍କ ଠାରୁ ତାଲିମ ପାଇଥିଲା ଓ ଜୈସର ଜଣେ ପାରିଲାବାଲା କମାଣ୍ଡର ଥିଲା।

LEAVE A REPLY

Please enter your comment!
Please enter your name here