ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନ୍‌ର ସେଙ୍ଘୁଆ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୨୨ ଜଣ ମୃତ୍ୟୁ ହୋଇଛନ୍ତି।

ଚୀନ୍‌ର ଝାଞ୍ଜିକାଉ ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣଟି ବୁଧବାର ସେଙ୍ଘୁଆ କେମିକାଲ ଫ୍ୟାକ୍ଟ୍ରିରେ ଘଟିଛି। ଏହି ଦୁର୍ଘଟଣାରେ ୨୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣାରେ ୩୮ଟି ଟ୍ରକ ସମେତ ୧୨ଟି ଗାଡ଼ି ଜଳିଯାଇଛି। ଘଟଣାର ଖବର ପାଇ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜାରି ରଖିଛନ୍ତି।

ନିକଟରେ ଦେଶ ବିଦେଶରେ ଅନେକ ସ୍ଥାନରେ ବିସ୍ଫୋରଣ ଘଟି ବହୁ ଧନଜୀବନ ନଷ୍ଟ ହୋଇଥିବା ନଜରକୁ ଆସିଛି। ତେବେ କିଛିଦିନ ତଳେ ମହାରାଷ୍ଟ୍ରର ଏକ ସେନା ଗୋଳାବାରୁଦ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିଲା। ଯାହା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିଲେ।

Comment