ଓଡ଼ିଶାଲାଇଭ ବ୍ୟୁରୋ

ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୬୧ରେ ପହଞ୍ଚିଲାଣି। ମୃତକଙ୍କ ମଧ୍ୟରେ ୩ ଜଣ ଭାରତୀୟ ଥିବା ସୂଚନା ମିଳିଛି। କଲମ୍ବୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ସୂଚନାନୁସାରେ ଏହା ସ୍ପଷ୍ଟ ହୋଇଛି। ଏପରି ସ୍ଥିତିରେ ଶ୍ରୀଲଙ୍କାଙ୍କୁ ସମସ୍ତ ମାନବୀୟ ସହାୟକ ଯୋଗାଇଦେବାକୁ ସୁଷମା ଘୋଷଣା କରିଛନ୍ତି। ମୃତକଙ୍କ ମଧ୍ୟରେ ୨୭ଜଣ ବିଦେଶୀ ନାଗରିକ ଅଛନ୍ତି।

ରବିବାର ସକାଳେ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଘଟିଥିଲା ଏକ ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ। ଇଷ୍ଟର ପର୍ବ ପାଳନ ବେଳେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ୩ଟି ଚର୍ଚ୍ଚ, ୨ଟି ହୋଟେଲ ଓ ଅନ୍ୟ ଏକ ସ୍ଥାନ ସହ ମୋଟ ୮ଟି ବିସ୍ଫୋରଣରେ ଥରିଉଠିଥିଲା ଶ୍ରୀଲଙ୍କା ସହର।

ଏହି ବିସ୍ଫୋରଣରେ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତିା ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ଥବା ସନ୍ଦେହ କରାଯାଉଥିବା ବେଳେ କୌଣସି ଆତଙ୍କବାଦୀ ଏହାକୁ ଦାୟୀ କରିନାହାନ୍ତି।

ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏନେଇ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରୀଲଙ୍କାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ସମସ୍ତ ପ୍ରକାର ସହାୟତା ଓ ସୂଚନା ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ହେଲ୍ପଲାଇନ ନମ୍ବର : +୯୪୭୭୭୯୦୩୦୮୨,  +୯୪୧୧୨୪୨୨୭୮୮, +୯୪୧୧୨୪୨୨୭୮୯ ଜାରି କରାଯାଇଛି।

Comment