ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଓଡ଼ିଆ ଦୈନିକ ଖବରକାଗଜ ‘ସମାଜ’ର ପ୍ରସାର ନିର୍ବାହ ଅଧିକାରୀ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କୁ କିଛି ଦୁର୍ବୃତ୍ତ ଛୁରି ଭୁସି ହତ୍ୟା କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ବଲାଙ୍ଗିର ରେଳ ଷ୍ଟେସନ ଠାରୁ କିଛି ଦୂରରେ ଏଫସିଆଇ ଗୋଦାମ ମୁଖ୍ୟ ରାସ୍ତାରେ ଏହି ଘଟଣା ଘଟିଛି।

ଦୁର୍ବୃତ୍ତମାନେ ଳୁଟ ଉଦ୍ଦେଶ୍ୟରେ ଆକ୍ରମଣ କରିଛନ୍ତି ବୋଲି ପୋଲିସ ଅନୁମାନ କରୁଛି। ପ୍ରତାପଙ୍କ ଛାତି ଓ ପେଟରେ ଗୁରୁତର ଆଘାତ ଲାଗି ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଛି।

ସୋମବାର ବିଳମ୍ବିତ ରାତିରେ ପ୍ରତାପ ବଲାଙ୍ଗିର ‘ସମାଜ’ ଅଫିସକୁ ଯାଉଥିଲେ। ଅଫିସଠାରୁ ୧୦୦ମିଟର ପୂର୍ବରୁ ଏକ ନିଛାଟିଆ ରାସ୍ତାରେ କିଛି ଦୁର୍ବୃତ୍ତ ହଠାତ ପ୍ରତାପଙ୍କ ଉପରକୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକ ପ୍ରତାପଙ୍କୁ ଗୁରୁତର ଅବସ୍ଥାରେ ପାଇ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ତାଙ୍କୁ ଡାକ୍ତର ଖାନା ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି। ମୃତ ପ୍ରତାପଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଗୋପିୟାକୁଦା ଗାଁ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ଡିଜିପି ଆର୍‌.ପି ଶର୍ମା ବଲାଙ୍ଗିର ଜିଲ୍ଲା ଏସ୍‌.ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comment