ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୁଧବାର ଦିନଠାରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟାସ୍ଥିତ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ ଏବଂ ପୁରୁଣାକଟକସ୍ଥିତ ରାଣୀଶକ୍ତି ରାଇସ ମିଲରରେ ଆୟକର ବିଭାଗ ପକ୍ଷରୁ ଚାଲିଥିବା ଚଢ଼ଉ ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ହୋଇଛି।  

ପୁରୁଣାକଟକ ସ୍ଥିତ ରାଣୀସତି ରାଇସ ମିଲରେ ଦୁଇଦିନ ଚଢ଼ଉ ବେଳେ ନଗଦ ୪ ଲକ୍ଷ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା ଆୟକର ବିଭାଗ।

ସେହଭଳି ତିତିରିକଟା ସ୍ଥିତ ବୌଦ୍ଧ ଡିଷ୍ଟିଲେରି ସ୍ପିରିଟ କାରଖାନାରେ ତିନିଦିନ ଧରି ଚାଲିଥିବା ଚଢ଼ଉ ଶୁକ୍ରବାର ବିଳମ୍ବିତ ରାତିରେ ଶେଷ ହୋଇଛି। ଚଢ଼ଉ ସମୟରେ ଆୟକର ଅଧିକାରୀ କମ୍ପାନିର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ କମ୍ପାନିର ୩ଜଣ ବରିଷ୍ଠ ଅଧିକାରୀଙ୍କୁ ସାଙ୍ଗରେ ନେଇ ପଚରାଉଚରା କରୁଛନ୍ତି।

ଶୁକ୍ରବାର ଦିନ ବୌଦ୍ଧ ଡିଷ୍ଟିଲେରି କାରଖାନା ପାଚେରୀ ବାହାରେ ପୁଳାପୁଳା ଚିରା ୫୦୦ ଟଙ୍କିଆ ନୋଟ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦେଖିବାକୁ ମିଳିଥିଲା। ଏହି ଟଙ୍କାକୁ ସ୍ଥାନୀୟ ଲୋକେ ବୋହି ନେଇଯାଇଥିବା ଦେଖିବାକୁ ମିଳିଥିଲା।

Tags: #Boudh #ITRaid #Balangir #CashSeized #Odisha #RanishaktiRiceMill

LEAVE A REPLY

Please enter your comment!
Please enter your name here