ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଛତିଶଗଡ଼ରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ। ଏହି ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି।

ରବିବାର ଛତିଶଗଡ଼ର ପାମେଡା ଜଙ୍ଗଲରେ ବିଜାପୁର ପୋଲିସ ଓ ଗ୍ରେହାଉଣ୍ଡ ଯବାନଙ୍କ ମିଳିତ ସର୍ଚ୍ଚ ଅପରେଶନ୍‌ ହୋଇଥିଲା। ଏହି ଅପରେଶନ୍‌ର ଖବର ପାଇ ନକ୍ସଲମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୨ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଘଟଣାସ୍ଥଳରୁ ସୁରକ୍ଷାକର୍ମୀମାନେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।

Comment