ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଗୁରୁବାର ଛତିଶଗଡ଼ ଦାନ୍ତେୱାଡା କୁଆକୋଣ୍ଡାରେ ପୋଲିସ୍ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଏହି ଗୁଳିବିନିମୟରେ ୨ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।

ଛତିଶଗଡ଼ର କଟେକଲ୍ୟାଣ ଥାନା ଏବଂ କୁଆକୋଣ୍ଡା ଥାନାର ସୀମା ଅଞ୍ଚଳରେ ଡିଆର୍‌ଜିର ଯବାନଙ୍କ ପକ୍ଷରୁ  ସର୍ଚ୍ଚିଙ୍ଗ୍ ଅପରେସନ୍‌ ଚାଲୁଥିଲା। ଏହି ହଠାତ୍‌ ନକ୍ସଲମାନେ ଫାୟାରିଙ୍ଗ୍ ଆରମ୍ଭ କରିଦେଇଥିଲେ। ତେବେ ଡିଆର୍‌ଜି ଯବାନଙ୍କ ପଲଟା ଆକ୍ରମଣରେ ୨ ନକ୍ସଲ ନିହତ ହୋଇଥିଲେ।

ନିହତ ହୋଇଥିବା ୨ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ହୋଇଥିବା ବେଳେ ଅନ୍ୟ ଜଣେ ଏରିଆ ନକ୍ସଲ କମାଣ୍ଡର ବର୍ଗିଜ୍‌ ବୋଲି ସୂଚନା ମିଳିଛି। ବିଜେପି ବିଧାୟକ ଭୀମା ମାଣ୍ଡଭି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲା କମାଣ୍ଡର ବର୍ଗିଜ୍‌।

Comment