ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଘରୁ ଡାକିନେଇ ଦୁଇହାତ କାଟିବା ସହ ହତ୍ୟା କରିଚନ୍ତି ଦୁର୍ବୁତ୍ତ।

ମୃତକ ହେଉଛନ୍ତି ଘଷିପୁରା ନିର୍ବାଚନମଣ୍ଡଳୀର ପୂର୍ବତନ ସ୍ଵାଧୀନ ପ୍ରାର୍ଥୀ ରାମଚନ୍ଦ୍ର ବେହେରା। ତାଙ୍କୁ ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସୋମବାର ରାତିରେ କିଛି ଦୁର୍ବୁତ୍ତ ରାମଚନ୍ଦ୍ରଙ୍କୁ ଘରୁ ଡାକି ନେଇ ଖଣ୍ଡା ଭୁଜାଲିରେ ଆକ୍ରମଣ କରିବା ସହ ହାତ କାଟିଦେଇଥିଲେ, ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କର ମୃତ୍ୟୁ ହୋଇଛି।

ଘଷିପୁରା ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି। ନିର୍ବାଚନ ପୂର୍ବରୁ ଏପରି ଘଟଣା ପୋଲିସ ପାଇଁ ନିଶ୍ଚିତ ଏକ ଚ୍ୟାଲେଞ୍ଜ ହୋଇଛି କିପରି ଆଗାମୀ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସାରିବ।

Comment